ଜାଗାବାଡ଼ିକୁ କେନ୍ଦ୍ର କରି ଗଣ୍ଡଗୋଳ, ଜଣେ ଗିରଫ

ଭୁବନେଶ୍ୱର: ଜାଗାବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ସେ ହେଲା ସାଲିଆସାହି ନୀଳଚକ୍ରନଗର ଅଞ୍ଚଳର ଧଡ଼ୁ ସିଂ ଓରଫ ଧର୍ମାଚନ୍ଦ୍ର (୧୯)। ଦୀର୍ଘ ଦିନ ହେବ ଜାଗାବାଡ଼ିକୁ ନେଇ ସେହି ବସ୍ତିର ଶ୍ରୀକ୍ଷେତ୍ର ଖଣ୍ଡେଇଙ୍କ ସହ ଧଡ଼ୁର ବିବାଦ ଲାଗି ରହିଥିଲା। ତେବେ ୧୫ ତାରିଖ ଦିନ ଶ୍ରୀକ୍ଷେତ୍ର ଜାଗାରେ କାନ୍ଥ ଉଠାଉଥିବା ସମୟରେ ଧଡ଼ୁ ଏହାକୁ ବିରୋଧ କରିଥିଲା। ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଧଡ଼ୁ ରାଗିଯାଇ ଶ୍ରୀକ୍ଷେତ୍ରଙ୍କୁ ବହ୍ଲାରେ ଆକ୍ରମଣ କରିଥିଲା। ଫଳରେ ଶ୍ରୀକ୍ଷେତ୍ର ଗୁରୁତର ଆହତ ହୋଇଥିଲେ। ଏନେଇ ଶ୍ରୀକ୍ଷେତ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଧଡ଼ୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର