ମୋବାଲଇଲ୍‌ ନ ଦେବାରୁ ମାଡ଼, ଦୁଇ ଭାଇ ଗିରଫ

ପୁରୁଣା ଭୁବନେଶ୍ୱର: ମୋବାଲଇଲ୍‌ ନଦେବାରୁ ମାଡ଼ ମାରିବା ଅଭିଯୋଗରେ ଏୟାର ଫିଲଡ୍‌ ଥାନା ପୁଲିସ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଭାଇ ହେଲେ କାରଗିଲ ବସ୍ତିର କୁଲୁ ଦାସ ଓ ଲୁଲୁ ଦାସ। ପୁଲିସ ସୂଚନା ଅନୁଯାୟୀ ସ୍ଥାନୀୟ ବସ୍ତିର ମାନସ ଦାସଙ୍କୁ ଦୁଇ ଭାଇ ମୋବାଇଲ୍‌ ମାଗିଥିଲେ। ତେବେ ମାନସ ନଦେବାରୁ ପୁରୁଣା ରାଗରେ ଦୁଇ ଭାଇ ମାଡ଼ ମାରିଥିଲେ। ଏନେଇ ଅଭିଯୋଗ ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର