ଉଧାର ଟଙ୍କାକୁ ନେଇ ମାରପିଟ୍‌, ମହିଳା ଗିରଫ

ଭୁବନେଶ୍ୱର: ଉଧାର ଟଙ୍କାକୁ ନେଇ ଜଣେ ମହିଳାଙ୍କୁ ମାରପିଟ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ସାଲିଆସାହି ବସ୍ତି ବିକାଶ ପରିଷଦ ଅଞ୍ଚଳର କାଦମ୍ବିନୀ ବଡ଼ପିଆ(୩୪)। କିଛିଦିନ ତଳେ ସେହି ବସ୍ତିର ପୁଷ୍ପା ଗୁରୁ ନାମକ ଜଣେ ମହିଳା କାଦମ୍ବିନୀଙ୍କଠାରୁ ୨୦ ହଜାର ଟଙ୍କା ଧାର ନେଇଥିଲେ। ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ କାଦମ୍ବିନୀ ବିଭିନ୍ନ ସମୟରେ ପୁଷ୍ପାଙ୍କୁ ଟଙ୍କା ଫେରାଇବାକୁ ଚେତାଇ ଦେଇଥିଲେ। ତେବେ କୌଣସି କାରଣରୁ ପୁଷ୍ପା ଟଙ୍କା ଫେରାଇ ପାରି ନଥିଲେ। ବୁଧବାର ରାତିରେ ଅଚାନକ କାଦମ୍ବିନୀ ପୁଷ୍ପାଙ୍କ ଘରେ ପହଞ୍ଚି ଟଙ୍କା ଫେରାଅ କହି ପାଟିତୁଣ୍ଡ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆଉ କାଦମ୍ବିନୀ ରାଗିଯାଇ ପୁଷ୍ପାଙ୍କୁ ମାଡ଼ ମାରିଥିଲେ। ଏନେଇ ପୁଷ୍ପା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଆଜି କାଦମ୍ବିନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର