ପୁରୁଣା ଭୁବନେଶ୍ବର: ଧଉଳି ଥାନା ଲିଙ୍ଗିପୁର ଛକରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ଚେନ୍ ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ, ଖାରବେଳନଗର ଅଞ୍ଚଳର ସୂର୍ଯ୍ୟକାନ୍ତ ନାୟକ। ଏନେଇ ସେ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂର୍ଯ୍ୟକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ସେ ପୁରୀରୁ ଏକ କାର୍ରେ ଘରକୁ ଫେରୁଥିବା ବେଳେ ଲିଙ୍ଗିପୁର ଛକଠାରେ ହଠାତ୍ ଏକ କାର୍(ଓଡି୦୨ଏବି୫୨୭୩)ରୁ ଚାରି ଜଣ ଯୁବକ ଓହ୍ଲାଇ ସୂର୍ଯ୍ୟଙ୍କ କାର୍କୁ ଅଟକାଇଥିଲେ। ସୂର୍ଯ୍ୟ କିଛି କହିବା ପୂର୍ବରୁ ଦୁଇଜଣ ତାଙ୍କୁ ମାଡ଼ ମାରିବା ସହ ଅଢ଼େଇ ହଜାର ଟଙ୍କା ଓ ଏକ ୪ ଭରି ସୁନା ଚେନ୍ ଲୁଟି ନେଇଥିଲେ। ସୂର୍ଯ୍ୟଙ୍କ କହିବା ଅନୁଯାୟୀ, ବାଲିଅନ୍ତା ଥାନା ଅନ୍ତର୍ଗତ ରଣପୁର ଗ୍ରାମର ରଶ୍ମିରଞ୍ଜନ ନାୟକ, ଜଗଦୀଶ ଚୌଧୁରୀ, ସୁଶାନ୍ତ ସ୍ବାଇଁ ଓ ରାମଚନ୍ଦ୍ର ପ୍ରହରାଜ ଏପରି ଆକ୍ରମଣ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ରଶ୍ମିକୁ ଗିରଫ କରିଥିଲେ ମଧ୍ୟ ଅନ୍ୟ ତିନି ଜଣ ଏବେ ବି ଫେରାର୍ ଅଛନ୍ତି। ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ବଜିତ କହିଛନ୍ତି, ଏହି ଘଟଣାରେ ଜଣେ ଗିରଫ େହାଇଥିବା ବେଳେ କାର୍ ଜବତ ହୋଇଛି। ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।
ରାସ୍ତାରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ
/sambad/media/post_attachments/wp-content/uploads/2018/10/arrested-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)