ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଗିରଫ

ଭୁବନେଶ୍ବର: ବାୟାବାବା ବସ୍ତିର ନୀଳକଣ୍ଠ ବେହେରାଙ୍କ ପରିବାରର ୩ ସଦସ୍ୟଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଅନ୍ୟ ଏକ ପରିବରର ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କେଶବ ଜେନା, ସୁଶାନ୍ତ ଜେନା ଓ ପ୍ରଭାସିନୀ ଜେନା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୀଳକଣ୍ଠ ଓ କେଶବଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ବୁଧବାର ସନ୍ଧ୍ୟାରେ ନୀଳକଣ୍ଠ ଘରେ ଥିବା ସମୟରେ କେଶବ ଗାଳିଗୁଲଜ କରିଥିଲା। ନୀଳକଣ୍ଠ ପ୍ରତିବାଦ କରିବାରୁ କେଶବ ଆକ୍ରମଣ କରିଥିଲା। ପରେ ସୁଶାନ୍ତ ଓ ପ୍ରଭାସିନୀ ମଧ୍ୟ କାଠ ଫାଳିଆରେ ନୀଳକଣ୍ଠଙ୍କୁ ପିଟି ଚାଲିଥିଲେ। ନୀଳକଣ୍ଠଙ୍କ ପାଟିଶୁଣି ଦୁଇ ପୁଅ ଶିବ ଓ ଦେବ ସେଠାକୁ ଧାଇଁ ଆସିଥିଲେ। କେଶବଙ୍କ ପରିବାର ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲା।

ସମ୍ବନ୍ଧିତ ଖବର