ଟ୍ରାଫିକ୍‌ ପୁଲିସକୁ ମାଡ଼ମାରି ଯୁବକ ଗିରଫ

ଭୁବନେଶ୍ୱର: ଟ୍ରାଫିକ୍‌ ପୁଲିସକୁ ମାଡ଼ମାରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ହେଲେ ଅନ୍ୟ ୨ସହଯୋଗୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ସେ ହେଲା ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳର କୁଳମଣୀ ଭଞ୍ଜ(୩୨)। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ କୁଳମଣୀ ଓ ତାର ଦୁଇ ସହଯୋଗୀ ନିସାଶକ୍ତ ଅବସ୍ଥାରେ ପଟିିଆରୁ କଳିଙ୍ଗଷ୍ଟାଡିୟମ ଆଡ଼କୁ ଅସୁଥିଲେ। ସେମାନଙ୍କୁ ଏତେ ନିଶା ଚଢ଼ିଯାଇଥିଲା ଯେ, ଟ୍ରାଫିକ୍‌ ସିଗ୍‌ନାଲ ଜାଣିପାରି ନଥିଲେ। ଟ୍ରାଫିକ୍‌ ଷ୍ଟପ୍‌ ସିଗ୍‌ନାଲ ଦେଇଥିଲେ ମଧ୍ୟ ସେମାନେ ଆଗକୁ ମାଡ଼ିଚାଲିଥିଲେ। ଫଳରେ ସେଠାରେ କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସ ସଞ୍ଜୟ ପାଇକ୍‌ରାୟ ତୁରନ୍ତ ପୋଷ୍ଟରୁ ଓହ୍ଲାଇ ନିସାଶକ୍ତ ଯୁବକଙ୍କୁ ଅଟକାଇଥିଲା। ଆମକୁ କାହିିଁକି ଅଟକାଇଛୁ? ତତେ କିଏ ପରମିସ୍‌ନ୍‌ ଦେଲା ଏମିତି କହି ଯୁବକମାନେ ଯୁକ୍ତିତର୍କ କରିବା ସହ ଗାଳିଗୁଲଜ କରିଥିଲେ। ଏମିତିକି ସଞ୍ଜୟଙ୍କୁ ମାଡ଼ମାରିଥିଲେ। ଏଭଳି କାଣ୍ଡ ଦେଖି ସେଠାରେ ଥିବା ଅନ୍ୟ ପୁଲିସ କର୍ମଚାରୀମାନେ ଯୁବକମାନଙ୍କୁ ଅଟକାବାକୁ ଚେଷ୍ଟା କରିଥିଲେ। ଦୁଇ ଜଣ ଯୁବକ ବାଇ ନେଇ ଘଟଣାସ୍ଥଲରୁ ଫେରାର୍‌ ହୋଇଯାଇଥିଲେ। କିନ୍ତୁ କୁଳମଣୀ ପୁଲିସ ପୁଲି ପଞ୍ଝାରୁ ଖସିପାରି ନଥିଲା। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି କୁଳମଣୀକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର