ନୂଆଦିଲ୍ଲୀ: ମୁମ୍ବାଇରେ ଜଣେ ମହିଳା ମାସ୍କ ନପିନ୍ଧି ଯାଉଥିବା ବେଳେ ତାଙ୍କୁ ବ୍ରିହନମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଜଣେ ଅଧିକାରୀ ଅଟକାଇବାରୁ ମହିଳା ଜଣକ ଅଧିକାରୀଙ୍କ ମୁହଁକୁ ମୁଥ ମାରିଥିବା ଅଭିଯୋଗ ହୋଇଛି। କାନ୍ଦିବଲିରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ମାସ୍କ ନପିନ୍ଧି ଏକ ରିକ୍ସାରେ ଯାଉଛନ୍ତି। ସେ ମହାବୀର ନଗର ଟ୍ରାଫିକ୍ରେ ଅଟକିବା ବେଳେ ଜଣେ ମହିଳା ବିଏମ୍ସି ଅଧିକାରୀ ତାଙ୍କୁ କାହିଁକି ମାସ୍କ ପିନ୍ଧିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ସହରରେ କୋଭିଡ-ସୁରକ୍ଷା ନିୟମ ଯାଞ୍ଚ କରିବାକୁ ଅଧିକାରୀ ଜଣକ ନିୟୋଜିତ ହୋଇଥିଲେ ବି ମାସ୍କ ପିନ୍ଧିନଥିବା ମହିଳା ଜଣକ ତାଙ୍କ ଉପରେ ଓଲଟା ଚଢ଼ିଥିଲେ।
ବିଏମ୍ସି ଅଧିକାରୀ ଜଣକ ମହିଳାଙ୍କୁ ୨୦୦ ଟଙ୍କା ଜରିମାନା ମାଗିଥିଲେ। ମହିଳା ଜଣକ ଜରିମାନା ଦେବା ବଦଳରେ ଓଲଟା ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ। ପୁଲିସ୍ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ କ୍ରମାଗତ ଦୁଇ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଓ ମୁମ୍ବାଇରେ ଗୋଟାଏ ଦିନରେ ୩୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଦିନକ ପରେ ଏପରି ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Untitled-45.jpg)