୧୨ ବର୍ଷର ନାବାଳିକାକୁ ଗୁଳିମାଡ

ଜୟପୁର: ଆଜି ହୋଲି ପର୍ବକୁ ଲୋକେ ଆନନ୍ଦରେ ଉପଭୋଗ କରୁଥିବା ବେଳ, ଜୟପୁର ସହରର କିଆବନ୍ଧ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୧୨ ବର୍ଷ ଝିଅ ଉପରକୁ ଗୁଳିମାଡ ହୋଇଛି, ଗୁଲିମାଡରେ ଝିଅଟି ଗୁରୁତର ହେବାରୁ ତାକୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ୧୨ ବର୍ଷୀୟ ନାବାଳିକା ଜଣକ ବାଥରୁମରୁ ବାହାରୁଥିବା ବେଳେ ହଠାତ ପିଠି ପଟରୁ ଗୁଳି ବାଜି ଛାତି ପଟେ ବାହାରି ବାପାଙ୍କ କାନ ପଟେ ଯାଇ କାନଥ ରେ ବାଜିଥିଲା। ଗୁଳି ବାଜିବା ଫଳରେ ନାବାଳିକା ଜଣକ ରକ୍ତାକ୍ତ ହୋଇ ଯାଇଥିଲେ ସାହି ବାସିନ୍ଦା ଏବଂ ପରିବାର ଲୋକେ ନାବାଳିକାକୁ ଜୟପୁର ଜିଲ୍ଲା ଚିକିତ୍ସାଳୟ ରେ ଭର୍ତି କରିଥିଲେ ପରିସ୍ଥିତି ସଙ୍କଟାପନ୍ନ ଥିବାରୁ କୋରାପୁଟ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି । ନାବାଳିକାକୁ ବାଜିଥିବା ଗୁଳିକୁ ସହିବାସିନ୍ଦା ପୁଲିସକୁ ଆଣି ଦେଇଛନ୍ତି। ଏସ୍‌ଡିପିଓ ସାଗରିକା ନାଥ ଏବଂ ଟାଉନ ଆଇଆଇସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିଟି କୋଉଁ ପରିସ୍ଥିତି ଏବଂ କୁଆଡୁ ଆସିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ନାବାଳିକା ଜଣକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ବାପା କେ ସତ୍ୟନାରାୟଣ କହିଛନ୍ତି।

ସମ୍ବନ୍ଧିତ ଖବର