କୋଏମ୍ବାଟୁର୍: ତାମିଲ୍ନାଡୁର କୋଏମ୍ବାଟୁର୍ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜେଣେ ୨୦ ବର୍ଷିଅ ଝିଅର ପ୍ରେମ ସଂପର୍କ ଛିନ୍ନ କରିବାରୁ ଯୁବକ ଜଣକ ନୂଆ କରି କଲେଜକୁ ଯାଇଥିବା ପ୍ରଥମ ବର୍ଷର ୧୮ ବର୍ଷୀୟା ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। କୋଏମ୍ବାଟୁର୍ ପେରୁର୍ଠାରେ ଏପରି ଘଟିଥିବା ସୂଚନା ରହିଛି।
ଶୁକ୍ରବାର ରାତି ପ୍ରାୟ ୧୦.୩୦ ସମୟରେ ଯୁବତୀଙ୍କୁ ଆକ୍ରମଣ କରାଯାଇଥିଲା। ଯୁବତୀ ଜଣକ କୋଏମ୍ବାଟୁର୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳ ୯.୪୦ ସମୟରେ ମୃତ୍ୟୁ ବରଣ କରିଛନ୍ତି। ଯୁବତୀଙ୍କ ଉପରେ ଚିକିତ୍ସାର କୌଣସି ପ୍ରଭାବ ନପଡ଼ିବାରୁ ତାଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ଯୁବତୀଙ୍କ ଶରୀରର ବିଭିନ୍ନ ଅଙ୍ଗରେ କ୍ଷତ ଥିଲା।
/sambad/media/post_attachments/wp-content/uploads/2020/07/Death_Phot_TNIE______-300x150.jpg)
ମୃତକ ଐଶ୍ବର୍ଯ୍ୟା ହେଉଛନ୍ତି ଏମ୍ଆର୍ ଗାର୍ଡେନର ଶକ୍ତିଭେଲ୍ଙ୍କ ଝିଅ। ସେ ପେରୁର୍ରେ ଥିବା ଥାଭାଥିରୁ ଶାନ୍ତଲିଙ୍ଗ ଆଦିଗଲାର ଆର୍ଟ, ସାଇନ୍ସ ଆଣ୍ଡ୍ ତାମିଲ୍ କଲେଜରେ ବି.କମ୍ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଅଭିଯୁକ୍ତ ଜଣକ ହେଉଛନ୍ତି ସି ରାଥେଶ(୨୦)। ସେ ମଧ୍ୟ ସେହି ଏମ୍ଆର୍ ଗାର୍ଡେର ବାସିନ୍ଦା।
ରାଥେଶ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ଗତ ଏକ ମାସ ହେବ ପ୍ରେମ ସଂପର୍କ ରହିଥିଲା। ମାତ୍ର ସେ ଦୁହେଁ ସମାନ ଅଞ୍ଚଳର ହୋଇଥିବାରୁ ସମ୍ମାନକୁ ଜଗି ଯୁବତୀଙ୍କ ବାପାମାଆ ତାଙ୍କୁ ଉକ୍ତ ଯୁବକଙ୍କ ସହ ପ୍ରେମ ସଂପର୍କ ରଖିବାକୁ ବାରଣ କରିଥିଲେ। ବାପାମାଆଙ୍କ କଥା ମାନି ଐଶ୍ବର୍ଯ୍ୟା ରାଥେଶଙ୍କ ଠାରୁ ଦୂରେଇ ରହିବାରେ ଲାଗିଲେ। ଏହି କାରଣରୁ ରାଥେଶ ରାଗରେ ଆସି ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିିଥିବା ଅଭିଯୋଗ ହୋଇଛି।