ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାର ଚୁନୁକୋଳି ରାସ୍ତାର ଏକ ଅନ୍ଧାରିଆ ସ୍ଥାନରୁ ରବିବାର ରାତି ୫ ଡକାୟତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଡକାୟତମାନେ ସ୍ଥାନୀୟ ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୨ଟି ବାଇକ୍, କଟୁରି, ଖଣ୍ଡା, ହାତୁଡ଼ି, ଲୁହା ପାଇପ୍, ଲୁହା ରଡ୍, ରେଞ୍ଚି, ଟର୍ଚ୍ଚ ଲାଇଟ୍ ଓ ଏକ ନକ୍ସା ଜବତ ହୋଇଛି। ଏନେଇ ଏକ ମାମଲା ରୁଜୁ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ନୀଳାଦ୍ରିବିହାର କନ୍ୟାଶ୍ରମ ବସ୍ତିରେ ରହୁଥିବା ମୟୂରଭଞ୍ଜ ଖାନୁଆ ଗ୍ରାମର କଟିଆ ସିଂ ଓରଫ ଜଗା (୨୦), ତୁଳସୀ ବିହାର ଏଚ୍ଆଇଜି କଲୋନିରେ ରହୁଥିବା କେନ୍ଦୁଝର ମାଗୁରଗାଡ଼ିଆ ଗ୍ରାମର ସନ୍ଦୀପ କୁମାର ସାହୁ ଓରଫ ଷଣ୍ଢ (୨୭), ବିଡିଏ ଏମ୍ଆଇଜି କଲୋନିରେ ରହୁଥିବା ଲିଙ୍ଗରାଜ ଥାନା ଲିଙ୍ଗିପୁର ବାସିନ୍ଦା ସୁନୀଲ କୁମାର ରାଉତ ଓରଫ ପିଙ୍କୁ (୩୧), ନୀଳାଦ୍ରିବିହାର ହରେକୃଷ୍ଣନଗର ବସ୍ତିରେ ରହୁଥିବା ବାଲେଶ୍ବରର ଗୌତମ ମହାପାତ୍ର ଓରଫ ପବନ (୨୭) ଓ ଗଞ୍ଜାମ ଦିଗପହଣ୍ଡିର ଭିକାରୀ ରେଡ୍ଡି (୨୦)।
ଶୈଳଶ୍ରୀବିହାର ଚୁନୁକୋଳି ରାସ୍ତାର ଏକ ଅନ୍ଧାରିଆ ସ୍ଥାନରୁ ୫ ଡକାୟତ ଗିରଫ, ମାରଣାସ୍ତ୍ର ସହ ବାଇକ୍ ଜବତ
/sambad/media/post_attachments/wp-content/uploads/2020/01/Dakayat-CSp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)