ରାଜକୋଟ: ଜାମନଗରଠାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ୫ ଜଣ ମିଶି ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କୁ ଶନିବାର ଗିରଫ କରାଯାଇଛି। ଜାମନଗରର ସାତ ରସ୍ତା ଅଞ୍ଚଳରେ ଥିବା ପେଟ୍ରୋଲ୍ ପମ୍ପ୍ ନିକଟରେ ଏପରି ଘଟିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜାଣିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ପ୍ରଦୀପସିଂହ ଜଲ୍ଲା। ଚାରି ଜଣ ଅଭିଯୁକ୍ତ ହେଉଛନ୍ତି ଜିତୁ ମଖୱାନା, ରଖିପ ଖାପି, ଅଲ୍ତଫ ଜାମେତି ଏବଂ ଅସଗର ସୁମ୍ରା।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ପ୍ରଦୀପ ସିଂହ ତାଙ୍କ ବନ୍ଧୁ ମହେନ୍ଦ୍ର ସିଂହ ଜାଡେଜାଙ୍କ ସହ ଓମ୍ଲେଟ୍ ଖାଇବା ପାଇଁ ସାତ୍ ରସ୍ତା ଅଞ୍ଚଳରେ ଯାଉଥିଲେ। ସେହି ସମୟରେ ମଖୱାନା, ସୁମ୍ରା ଏବଂ ତାଙ୍କର ନାବାଳକ ବନ୍ଧୁ ଆସି ସେଠାରେ ପହଞ୍ଚିଥିଲେ।
କୌଣସି ଏକ କଥାକୁ ନେଇ ପ୍ରଦୀପସିଂହଙ୍କର ମଖୱାନାଙ୍କ ସହ କଳି ହୋଇଥିଲା। ଧୀରେ ଧିୀରେ ଅନ୍ୟମାନେ ବି ଏହି କଳିରେ ସାମିଲ୍ ହେବା ପରେ କଥା ଆଗକୁ ବଢ଼ିଥିଲା ଓ ମଖୱାନ ଓ ତାଙ୍କର ୪ ବନ୍ଧୁ ମିଶି ପ୍ରଦୀପସିଂହଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/GettyImages-523699180_2.jpg)