ଡେଲିଭରି ବୟକୁ ନିଜ ସହିତ ସମ୍ବନ୍ଧ ରଖିବାକୁ କହିବା ଏହି ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି 

ନୂଆଦିଲ୍ଲୀ: ଚୀନର ନାଚାଙ୍ଗା ସହରରେ ଜଣେ ଗ୍ରାହକ ଫୁଡ ଡେଲିଭରି ବୟ ସହିତ ସମ୍ବନ୍ଧ ରଖିବାକୁ ଧମକ ଦେବା ମହଙ୍ଗା ପଡ଼ିଛି। ଡେଲିଭରି ବୟ ଗ୍ରାହକଙ୍କ ଏହି ଲଜ୍ଜାଜନକ ଘଟଣା ବିଷୟରେ ନିଜ ବୋସ୍‌ଙ୍କୁ ଜଣାଇ ଦେଇଥିଲା। ବୋସ୍‌ ସେହି ଗ୍ରାହକଙ୍କୁ ପାନେ ଦେବା ପାଇଁ କିଭଳି ଉପାୟ ଆପଣାଇଥିଲେ ଆସନ୍ତୁ ଜାଣିବା।

ସୂଚନାଯୋଗ୍ୟ, ଜଣେ ଗ୍ରାହକ ମୋବାଇଲ୍‌ରୁ ଅନ୍‌ଲାଇନ୍‌ ଫୁଡ ଅର୍ଡର କରିଥିଲେ। ଏହାପରେ ଗ୍ରାହକ ଉକ୍ତ ଡେଲିଭରି ବୟ ନମ୍ବରରେ ମେସେଜ କରି ତାଙ୍କ ସହିତ ସମ୍ବନ୍ଧ ରଖିବାକୁ କହିଥିଲେ। ଯଦି ସେ ତାଙ୍କ କଥାରେ ରାଜି ନହୁଅନ୍ତି ତେବେ ରିଭ୍ୟୁ ଓ ରେଟିଂ ଖରାପ ଦେବେ ବୋଲି କହିଥିଲେ। କେବଳ ଏତିକି ନୁହେଁ ସେ ଡେଲିଭରି ବୟଙ୍କୁ ଏହି କାମ ପାଇଁ ଟଙ୍କା ଦେବା ପାଇଁ ବି ରାଜି ଥିଲେ। ଡେଲିଭରି ବୟ ଏହି ଘଟଣା ବିଷୟରେ ନିଜର ବୋସ୍‌କୁ ଜଣାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ବୋସ୍‌ ଏହି ବିଷୟରେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଜଣାଇଥିଲେ। ସମ୍ପୂର୍ଣ୍ଣ ମିଶି ଏକ ବିଧିବଦ୍ଧ ଯୋଜନା ଭାବେ ଉକ୍ତ ଗ୍ରାହକଙ୍କ ଘରେ ପହଞ୍ଚିଥିଲେ। ଗ୍ରାହକ ଏକା ସହିତ ଏତେ ଜଣ ଲୋକଙ୍କୁ ଦେଖି କିଛି ବୁଝି ପାରି ନଥିଲେ ଓ ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ।

 

ସମ୍ବନ୍ଧିତ ଖବର