ଭୁବନେଶ୍ୱର: ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଠକକୁ ଗିରଫ କରିଛି। ସେ ହେଲା କଟକ ଜିଲ୍ଲା ନିଆଳି ଅଞ୍ଚଳର ସୁଶାନ୍ତ କୁମାର ଦାସ(୪୯)। ଗତ ୨୦୧୬ ମସିହାରେ ସୁଶାନ୍ତ ପବିତ୍ର ସାମଲ ନାମକ ଜଣେ ଯୁବକଙ୍କୁ ଏକ ଘରୋଇ ସଂସ୍ଥାରେ ସୁପରଭାଇଜର୍ ଚାକିରି କରାଇ ଦେବ ବୋଲି କହିଥିଲା। ଏଥିପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ସୁଶାନ୍ତ ପବିତ୍ରଙ୍କୁ କହିଥିଲା। ଚାକିରି କରିବା ପରେ ଟଙ୍କା ଦେବି ବୋଲି ପବିତ୍ର କହିଥିଲେ। ହେଲେ ସୁଶାନ୍ତ ରାଜି ନହେବାରୁ ପବିତ୍ର ତାଙ୍କୁ ଅଗୀମ ୭୦ ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ୩୦ହଜାର ଟଙ୍କା ଚାକିରି କରିବା ପରେ ଦେବେ ବୋଲି କହିଥିଲେ। ସୁଶାନ୍ତ ଟଙ୍କା ନେବା ପରେ ପବିତ୍ରଙ୍କୁ ଚାକିରି ଦେଇପାରି ନଥିଲେ। ତେଣୁ ଟଙ୍କା ଫେରାଇବା ପାଇଁ ପବିତ୍ର ସୁଶାନ୍ତଙ୍କୁ କହିଥିଲେ। ଇତି ମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ସୁଶାନ୍ତ ପବିତ୍ରଙ୍କ ଟଙ୍କା ଫେରାଇ ନଥିଲା। ଟଙ୍କା ମାଗିଲେ ଓଲଟି ଧମକ ଦେଇଥିଲା। ଏନେଇ ପବିତ୍ର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସୁଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଚାକିରି ଦେବା ନାଁରେ ଠକେଇ, ଠକ ଗିରଫ
/sambad/media/post_attachments/wp-content/uploads/2018/01/04-1515051119-arrest-6098-12-1499836523.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)