ରେଲେଓ୍ଵରେ ଚାକିରି ଦେବା ନାଁରେ ଠକେଇ

୨ ନିର୍ଦେଶକ ସମତେ ୩ ଗିରଫ

ଭୁବନେଶ୍ୱର: ରେଲେଓ୍ଵରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ୟୁନିଭର୍ସିଆଲ ରେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାର ୨ ନିର୍ଦେଶକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସଂସ୍ଥାର ନିର୍ଦେଶକ କଟକ ପୁରୀହାଟ ଅଞ୍ଚଳର ଶୁଭ ପ୍ରକାଶ ତ୍ରିପାଠୀ (୨୬), ସହନିର୍ଦେଶକ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ସନ୍ତୋଷ ବିଶ୍ୱାଳ (୩୮) ଏବଂ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ସହଯୋଗୀ ସ୍ୱରୂପ ମିଶ୍ର (୩୬)। ପୁଲିସ ସୂଚନା ମୁତାବକ, ୨ ବର୍ଷ ହେବ ଟଙ୍କପାଣି ରୋଡ୍‌ ଅଞ୍ଚଳରେ ଶୁଭ ଓ ସନ୍ତୋଷ ଏହି ସଂସ୍ଥା ଆରମ୍ଭ କରିଥିଲେ। ରେଲେଓ୍ଵରେ ସିକ୍ୟୁରିଟି ଗାର୍ଡ ଓ ଗୁଡସ୍‌ ଗାର୍ଡ ଚାକିରି କରାଇଦେବା ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ବାହାର କରି ବହୁ ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ଏ ନେଇ ଠକାମିର ଶିକାର ହୋଇଥିବା ଦୀପକ ନାହକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ପୁଲିସ ଗତକାଲି ସଂସ୍ଥାର ୫ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର