ସ୍କୁଟି ବିକ୍ରି କରିବାକୁ କହି ଠକେଇ, ଯୁବକ ଗିରଫ

ଭୁବନେଶ୍ୱର: ସ୍କୁଟି ବିକ୍ରି କରିବାକୁ କହି ଠକେଇ କରିଥିବା ଜଣେ ଯୁବକକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ରାହୁଲ୍‌ ସ୍ୱାଇଁ(୨୫)। ତେବେ ସେ ପ୍ରକାଶ ନାୟକ ନାମରେ ଓଏଲ୍‌ଏକ୍ସରେ ଏକ ଫେକ୍‌ ଆକାଉଣ୍ଟ୍‌ ଖୋଲି ସ୍କୁଟି ବିକ୍ରି କରିବ ବୋଲି ବିଜ୍ଞାପନ ଦେଇଥିଲା। ଏହାକୁ ଦେଖି ବିଜୁପଟ୍ଟନାୟକ ନାଭାଲ୍‌ ଏକାଡେମିରେ ଚାକିରି କରୁଥିବା ପଞ୍ଜାବର ଲକବିର୍‌ ସିଂ ସ୍କୁଟି କିଣିବ ବୋଲି ରାହୁଲ ସହିତ କଥାବାର୍ତା ହୋଇଥିଲେ। ନିର୍ଧାରିତ ଦିନ ଶ୍ରୀ ସିଂ ଟଙ୍କା ନେଇ ରାହୁଲ୍‌କୁ ଦେଇଥିଲେ। ମାତ୍ର ରାଉଲ୍‌ ଟଙ୍କା ନେଇ ଆସୁଛି କହି ପଳାଇ ଯାଇଥିଲା। ପରେ ତା ସହିତ ଆଉ ଯୋଗାଯୋଗ କରିବା ସମ୍ଭବ ହୋଇ ନଥିଲେ। ଶେଷରେ ଶ୍ରୀ ସିଂ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଜି ରାହୁଲ୍‌କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର