ଜୟପୁର: ରାଜସ୍ଥାନର ରାଜଧାନୀ ଶିପ୍ରାପଥ ପୁଲିସ ଥାନା ଅଞ୍ଚଳରେ ମାନସରୋବରରେ ଦ୍ରବ୍ୟବତୀ ନଦୀକୁ ଜଣେ ବିଦେଶୀ ଯୁବତୀ ଉଲଗ୍ନ ହୋଇ ଡେଇଁ ପଡ଼ିଥିଲେ। ଯୁବତୀଙ୍କୁ ନଦୀରୁ ଉଦ୍ଧାର କରିବା ପରେ ପୁଲିସର ପଚରାଉଚରା ପରେ ଘଟଣା ଉପରୁ ପରଦା ଉଠିଥିଲା।
ନଦୀରେ ଉଲଗ୍ନ ହୋଇ ଡେଇଁ ଥିବା ଯୁବତୀଙ୍କ କହିବାନୁସାରେ, ମା’ ରୋଗରେ ପଡ଼ିବା କଥା ସେ ଶୁଣିଥିଲେ। ଯାହାକୁ ନେଇ ସେ ଚିନ୍ତାରେ ପଡ଼ି ଯାଇଥିଲେ। ଏଥିପାଇଁ ସେ କ’ଣ କରିବେ କିଛି ବୁଝି ନ ପାରି ଅଧିକ ଔଷଧ ଖାଇ ଦେଇଥିଲେ। ଫଳରେ ସେ ତାଙ୍କ ଚେତା ହରାଇ ବସିଥିଲେ। କ’ଣ କରୁଛନ୍ତି କ’ଣ ନାହିଁ କିଛି ବୁଝି ପାରି ନଥିଲେ? ପୋଷାକ ଓହ୍ଲାଇ କିପରି ନଦୀରେ ଡେଇଁ ଥିଲେ ତାହା ବି ତାଙ୍କୁ ଜଣା ନ ଥିଲା?
ନଦୀରୁ ଉଦ୍ଧାର ପରେ ଯୁବତୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପରିବାର ଲୋକ ତାଙ୍କୁ ସାଥୀରେ ନେଇ ଯାଇଥିଲେ। ସେ ମୂଳତଃ ଓମାନ୍ର ରାଜଧାନୀ ମସ୍କଟର ବାସିନ୍ଦା। ଜୟପୁରରେ ସେ ଭଡା ଘରେ ରହି ପାଠପଢ଼ୁଥିଲେ।