ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସେପ୍ଟେମ୍ବର ୮ ଅର୍ଥାତ ରବିବାର ଦିନ ପଶ୍ଚିମବଙ୍ଗର ଜଣେ ବନବିଭାଗ କର୍ମଚାରୀଙ୍କ ଅହିରାଜ ସାପ ସହିତ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବନବିଭାଗ କର୍ମଚାରୀ ଏକ ଅହିରାଜ ସାପର ମୁହଁକୁ ନିଜ ହାତରେ ଧରିଛନ୍ତି ଏବଂ ଘଟଣାସ୍ଥଳରେ କିଛି ଲୋକ ଏହାର ଫଟୋ ଉଠାଉଥିବା ଦେଖିବାକୁ ମିଳିଛି।

Advertisment

publive-image

ଏହି ଭିଡିଓ ଭାଇରାଲ ହେଲା ପରେ ବନ ବିଭାଗ କର୍ମଚାରୀ ବନ୍ୟଜନ୍ତୁଙ୍କୁ ନିର୍ଯାତନା ଦେଉଥିବା ନେଇ ପ୍ରଶାସନ ଯାଞ୍ଚ ଆଦେଶ ଦେଇଛନ୍ତି। ଗତ ଗୁରୁବାର ରାତିରେ କୋଲକାତାରୁ ପାଖାପାଖି ୬୯୦କିମି ଦୂର ଅଲିପୁର ଜିଲ୍ଲାର ଜଲଦାପାରା ନ୍ୟାସନାଲ ପାର୍କ (ଜେଏନ୍‌ପି) ଅନ୍ତର୍ଗତ ଲଙ୍କାପାରା ରେଞ୍ଜର ସୀମାକୁ ଲାଗିଥିବା ଏକ ଗ୍ରାମରେ ଅହିରାଜ ସାପ ବୁଲୁଥିବା ଖବର ମିଳିିଥିଲା। ଏହାପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ। ସେଠାରୁ ୭ ଜଣ ବନ କର୍ମଚାରୀ ଏକ ୧୦ମିଟର ଲମ୍ବର ଅହିରାଜ ସାପକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡିଥିଲେ।

ତେବେ ଉଦ୍ଧାର ହୋଇଥିବା ଏହି ଅହିରାଜ ସାପକୁ ଜଙ୍ଗଲରେ ଛାଡ଼ିବା ପୂର୍ବରୁ ଜଣେ ବନବିଭାଗ କାର୍ମଚାରୀ ସାପକୁ ନିଜ ଗଳାରେ ମାଳା ଭଳି ପକାଇ ତାହାର ଭିଡିଓ ଓ ଫଟୋ ନେଇଥିଲେ।