ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିର ଜଣେ ପୂର୍ବତନ ସାଂସଦଙ୍କ ପୁଅଙ୍କ କରାନାମା ଏବେ ଚର୍ଚ୍ଚାରେ। ସେ ଦିଲ୍ଲୀର ଏକ ଜଣାଶୁଣା ପଞ୍ଚତାରକା ହୋଟେଲ୍ ସମ୍ମୁଖରେ ବନ୍ଧୁକ ଦେଖାଇ ବଚସା କରୁଥିବା ଦେଖିବାକୁ ମିଳିଛନ୍ତି। ସାଂସଦଙ୍କ ପୁଅଙ୍କ ନାମ ଆଶିଷ ପାଣ୍ଡେ ବୋଲି ଜଣାପଡ଼ିଛି।
ସେ ହାତରେ ବନ୍ଧୁକ ଧରି ଜଣେ ମହିଳାଙ୍କ ସହ ବଚସା କରୁଥିବାବେଳେ କେହି ଜଣେ ମୋବାଇଲରେ ଘଟଣାର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦେଇଛନ୍ତି। ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ପୁଲିସ ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁତ୍ର ଆଶିଷଙ୍କ ନାମରେ ଆର୍ମ ଆକ୍ଟର ମାମଲା ରୁଜୁ କରି ତାଙ୍କୁ ଖୋଜୁଛି।
#WATCH A man brandishes a gun outside a 5-star hotel in Delhi on October 14. A case has been registered in connection with the incident. #Delhi pic.twitter.com/G14eqVJU0U
— ANI (@ANI) October 16, 2018
ଭିଡ଼ିଓରେ ଆଶିଷ ଏକ ଗୋଲାପି ରଙ୍ଗର ପ୍ୟାଣ୍ଟ୍ ଓ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଛନ୍ତି। ତାଙ୍କ ସହ ଜଣେ ଯୁବତୀ ଥିବା ମଧ୍ୟ ଦେଖିବାକୁ ମିଳିଛି। ହୋଟେଲ୍ ସାମ୍ନାରେ ସେ ହାତରେ ବନ୍ଧୁକ ଧରି ଜଣେ ମହିଳାଙ୍କ ସହ ବଚସା କରୁଥିବା ନଜର ଆସିଛନ୍ତି। ଏହାପରେ ହୋଟେଲ କର୍ମଚାରୀମାନେ ତାଙ୍କୁ ବୁଝାଶୁଝା କରି ଘଟଣାସ୍ଥଳରୁ ନେଇଯାଉଥିବା ଭିଡିିଓରେ ଦେଖିବାକୁ ମିଳୁଛି।