ମୁମ୍ବାଇ: ମୁମ୍ବାଇର ଏକ ଟେକ୍ନୋଲୋଜି କମ୍ପାନିରେ ଭାଇସ୍ ପ୍ରେସିଡେଣ୍ଟ୍ ଭାବେ କାମ କରୁଥିବା ଓ୍ଵାସିର ଜଣେ ୩୫ ବର୍ଷିଅ ଯୁବକ କାର୍ ଓ ସୁନା ଚେନ୍ ଚୋରି କରୁଥିବା ଅଭିଯୋଗରେ ପୁଲିସ୍ ହାତରେ ଗିରଫ ହୋଇଥିବା ସୂଚନା ରହିଛି। ପାଞ୍ଚ ବର୍ଷ ତଳେ ସୁମିତ ସେନ୍ଗୁପ୍ତା ନାମକ ଏହି ଯୁବକ ନିଜର ପରିବାର ସମସ୍ୟା ହେତୁ ମାସକୁ ୨.୫ ଲକ୍ଷ ଦରମା ପାଉଥିବା ଚାକିରିକୁ ଛାଡ଼ି ଦେଇଥିଲେ। ୨୦୧୫ ମସିହାରେ ସୁମିତ୍ଙ୍କ ପତ୍ନୀ ଓ୍ଵାସି ପୁଲିସ୍ ଷ୍ଟେସନ୍ରେ ତାଙ୍କ ନାମରେ ଏକ ଅତ୍ୟାଚାର ଅଭିଯୋଗ ଆଣିଥିଲେ।
ବ୍ୟକ୍ତିଗତ କାରଣ ହେତୁ ସେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ। ଯେହେତୁ ତାଙ୍କ ପାଖରେ ରୋଜଗାରର ଅନ୍ୟ କୌଣସି ରାସ୍ତା ନଥିଲା ସେ ନିଜର ଜୀବନଶୈଳୀ ସକାଣେ ଚୋରି କରିବାକୁ ନିଷ୍ପତ୍ତି ନେଲେ। ସେ ଜଣେ ଗ୍ରଗ୍ ଅଭ୍ୟସ୍ତ ବୋଲି ବି ରିପୋର୍ଟ ରହିଛି।
ସେନ୍ଗୁପ୍ତା ପୁଲିସ୍କୁ ଜଣାଇଛନ୍ତି ଯେ ସେ ସହରର ଏକ ନାମକରା କଲେଜରେ ଇଞ୍ଜିନିୟରିଂ ପାଠ ପଢ଼ା ସାରିବା ପରେ ପୁଣେରେ ଚାକିରି କରିଥିଲେ। ସେ ଚାକିରି ହରାଇବା ପରେ ଚୋରି କାରବାର ଆରମ୍ଭ କରିିଥିଲେ।
ନିକଟରେ ଡିସେମ୍ବର ୧୨ ତାରିଖରେ ସେନ୍ଗୁପ୍ତା ନିତିନ ଅଗ୍ରଓ୍ଵାଲ୍ ନାମକ ତାଙ୍କର ଜଣେ ସହଯୋଗୀଙ୍କ ସହ ମିଶି ଓ୍ଵାସି ଅଞ୍ଚଳରୁ ଜଣେ ମହିଳାଙ୍କ ସୁନା ଚେନ ଝିଙ୍କି ନେବା ସହ କାର୍ ବି ଚୋରାଇଥିଲେ। ମହିଳାଙ୍କ ପାଖରୁ ଅଭିଯୋଗ ପାଇ ପୁଲିସ୍ ଡିସେମ୍ବର ୧୩ ତାରିଖରେ ତାଙ୍କୁ ଗିରଫ କରିଥିଲା।