ଭୁବନେଶ୍ବରରୁ ୪ ବାଇକ ଚୋର ଗିରଫ, ୩ ମୋଟର ସାଇକେଲ ଓ ‌ଏକ ସ୍କୁଟି ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବାଇକ୍‌ ଚୋର ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ କମିସନରେଟ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁଶାନ୍ତ ବେହେରା (୨୫), ଚନ୍ଦନ ସାହୁ (୨୪), ପ୍ରମୋଦ ସାହୁ (୧୯) ଓ ସୁନୀଲ ମହାନ୍ତି (୨୩)

ସୂଚନା ଅନୁସାରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ବର ନିବାସୀ କୁଳମଣି ପଣ୍ଡାଙ୍କ ପୁଅ ରତିକାନ୍ତ ପଣ୍ଡାଙ୍କ ବାଇକ ଚୋରି ହେବା ନେଇ ସେ ଲିଙ୍ଗରାଜ ଥାନାରେ ଗତ ୭ ତାରିଖ ଦିନ ଏତଲା ଦେଇଥିଲେ। ଏହି ଚୋରି ଘଟରାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତଦନ୍ତ ସମୟରେ ପୁଲିସ କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଅନ୍ଧାରୁଆ ଗାଁର ସୁଶାନ୍ତ (ବର୍ତ୍ତମାନ ପୁରୁଣା ଭୁବନେଶ୍ବର ଅନ୍ତର୍ଗତ ନାଗେଶ୍ବର ଟାଙ୍ଗିରେ ଅବସ୍ଥାପିତ।, ପୁରୀ ଜିଲ୍ଲା ବାଲିଆପଣ୍ଡା ଥାନା ଅନ୍ତର୍ଗତ ଚନ୍ଦନ ଓରଫ ବିଟୁ (ବର୍ତ୍ତମାନ ଗ୍ୟାରେଜ ଛକ ନିକଟ କେନାଲ ସାହିରେ ଅବସ୍ଥାପିତ), ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ମଂଗଳପୁର ଗାଁର ପ୍ରମୋଦ ଓରଫ ଚିଆନ ଓ ଖୋର୍ଦ୍ଧା ସଦର ଥାନା ଭାଲିଆବାଡ଼ି ଗାଁର ସୁନୀଲଙ୍କୁ ଗିରଫ କରିଥିଲା।

ପୁଲିସ ଉପରୋକ୍ତ ୪ ଅଭିଯୁକ୍ତମାନଙ୍କ ଠାରୁ ୩ଟି ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ଜବତ କରିଛି। ଏମାନେ ଆହୁରି ଚୋରି ଘଟଣାରେ ସଂପୃକ୍ତ ଥାଇ ପାରନ୍ତି ବୋଲି ସଂଦେହ କରୁଛି।

ସମ୍ବନ୍ଧିତ ଖବର