ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟସ ଉସମାନ୍ ଅଲ୍ଲୀ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚ ବୁଧବାର ୪ ଜଣ ଅଭିଯୁକ୍ତଙ୍କୁ କଟକରୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଶେଖ୍ ଅବଦୁଲ୍ଲା ଓରଫ ରାଜେଶ, ଜାହାଙ୍ଗୀର ଖାନ୍, ଗେଲଡେନ୍ ପପୁ ଓ ଇମିତାଜ୍ ଖାନ୍ଙ୍କୁ ଗିରଫ କରିଛି। ଭାରତୀୟ ଦଣ୍ଡ ସଂହିତା ଧାରା ୩୮୭, ୫୦୬, ୫୦୭, ୧୨୦(ବି) ଅନ୍ତର୍ଗତ ୯/୨୦୧୮ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଏମାନେ ସମସ୍ତେ ଟିଟୋର ଗ୍ୟାଙ୍ଗ ସହିତ କାମ କରୁଥିଲେ। ଟେଣ୍ଡର ଫିକ୍ସିଙ୍ଗ, ବୋମାମାଡ଼, ଅପରାଧିକ ଘଟଣା, ଧମକ ଦେବା, ହତ୍ୟା ଧମକ ଦେବା ଘଟଣାରେ ସଂପୃକ୍ତ ଥିଲେ।
ପୁଲିସ କହିଛି, ଶେଖ ଅବଦୁଲା କାଣ୍ଟନମ୍ୟାଣ୍ଟରେ ବୋମାମାଡ଼ ଓ ଫାଇରିଙ୍ଗ ଘଟଣାରେ ସଂପୃକ୍ତ ଥିଲା। ସେହିପରି ଶେଖ୍ ଅବଦୁଲା ମଧୁପାଟଣା ଓ ମର୍କତନଗରରେ ଡକାୟତି ପାଇଁ ହୋଇଥିବା ଉଦ୍ୟମ ଘଟଣା ସହିତ ଜଡ଼ିତ ଥିଲା। କଟକ ଉତ୍ତର ଡିଭିଜନରେ ଟେଣ୍ଡର ଫିକ୍ସିଙ୍ଗ ଘଟଣାରେ ରାଜା ସଂପୃକ୍ତ ଥିଲା। ଜାହାଙ୍ଗୀର କଟକର ଏକ ଫାଇରିଂ ଘଟଣା ସହିତ ଜଡ଼ିତ ଥିବା ବେଳେ ଏକ ଆର୍ଥିକ କାରବାରରେ ଲାଞ୍ଚ ଦେବା ଘଟଣା ସହିତ ଗୋଲଡେନ୍ ପପୁର ହାତ ଥିଲା। ସେହିପରି ଇମତାଜ୍ ଖାନ୍ ମଧ୍ୟ ଏକ ପପୁ ବକ୍ସ ଫାଇରିଂଗ ମାମଲାରେ ସଂପୃକ୍ତ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ୟାଙ୍ଗଷ୍ଟର ଟିଟୋ ପେଟ୍ରୋଲ ପମ୍ପର ହେବ ତଦନ୍ତ
ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟସ ଉସମାନ୍ ଅଲ୍ଲୀଙ୍କ ପେଟ୍ରୋଲ ପମ୍ପର ତଦନ୍ତ ହେବ। ସୟଦ ବ୍ରଦର୍ସ ପେଟ୍ରୋଲ ପମ୍ପର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି।