ଡେରାଡୁନ୍‌ ଗଣଦୁଷ୍କର୍ମ: ପର୍ଣ୍ଣ ଫିଲ୍ମ ଦେଖି ଦଶମ ଶ୍ରେଣୀ ଛାତ୍ରୀକୁ ୪ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲରେ ଦୁଷ୍କର୍ମ କରିଥିଲେ

ଡେରାଡୁନ୍‌ : ସ୍କୁଲ କଲେଜରେ ପଢ଼ୁଥିବା ନାବାଳକ ଛାତ୍ରମାନଙ୍କ ଉପରେ ପର୍ଣ୍ଣ ଫିଲ୍ମ ପ୍ରଭାବ କିପରି ରହିଛି ତାହା ଦେଖିବାକୁ ମିଳିଛି ଡ଼େରାଡୁନ୍‌ରୋ ଡ଼େରାଡୁନ୍‌ରେ ଥିବା ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀକୁ ସେହି ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ଗଣଦୁଷ୍କର୍ମ କରିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ପ୍ରଥମେ ମୋବାଇଳରେ ପର୍ଣ୍ଣ ଫିଲ୍ମ ଦେଖିବା ପରେ ଏପରି କରିଥିବା ସ୍ୱୀକାର କରିଛନ୍ତି । ଏହି ଘଟଣାଟି ଅଗଷ୍ଟ ୧୪ରେ ଘଟିଥିବା ବେଳେ ପୁଲିସ ସ୍କୁଲର ୫ଜଣ କର୍ମଚାରୀଙ୍କୁ ମିଶାଇ ୯ଜଣଙ୍କୁ ଗିରଫ କରିଛି । ସ୍କୁଲର ୫ଜଣ କର୍ମଚାରୀଙ୍କ ସଂପୃକ୍ତି ନେଇ ପୁଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Hindustan Times

ସୂଚନା ମୁତାବକ, ଗଣଦୁଷ୍କର୍ମର ଶିକାର ପୀଡ଼ିତା ଘଟଣାର ମାସକ ଗର୍ଭବତୀ ହୋଇଥିଲେ ବୋଲି ଜାଣିବାକୁ ପାଇଥିଲୋ ଗର୍ଭବତୀ ଥିବା ଜାଣି ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିବା କଥା ନିଜ ଭଉଣୀକୁ ଜଣାଇଥିଲେ । ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯିବା ପରେ ସେମାନେ ମାମଲାକୁ ଚପାଇବାକୁ ଚେଷ୍ଟା କରିବା ସହ ପୀଡ଼ିତାଙ୍କ ଗର୍ଭପାତ କରାଇବା ତାଙ୍କୁ କିଛି ପାନୀୟ ପିଇବା ପାଇଁ ଦେଇଥିବା ପୀଡ଼ିତା ପୁଲିସ ଆଗରେ ଅଭିଯୋଗ କରିଥିଲେ । କୌଣସି ସୂତ୍ରରୁ ପୁଲିସ ଘଟଣା ସଂପର୍କରେ ସୁରାଗ ପାଇ ଗିରଫଦାରୀ କରିଥିଲା।

ସମ୍ବନ୍ଧିତ ଖବର