ଭୁବନେଶ୍ୱର : ଦୀପାବଳି ରାତିରେ ଖାରବେଳନଗର ଥାନା ଅଧୀନ ହାଉସିଂବୋର୍ଡ ଛକରେ ୪ଜଣ ଯୁବକଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କାନ୍ତା ରେଡ୍ଡିର ୪ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ, ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ବଳରାମ ମହାରଣା (୨୮), ଝାରପଡ଼ା ମହାଦେବନଗରର ନିଖିଳେଶ ମିଶ୍ର (୨୯), ୟୁନିଟ୍-୩ ଅଞ୍ଚଳର ବାପୁନି ବେହେରା (୨୪) ଓ ଶାଶ୍ୱତ ସ୍ୱାଇଁ (୨୩)। ଦୀପାବଳି ରାତିରେ ଖାରବେଳନଗର ଥାନା ଅଧୀନ ୧୧ ତାଲା ହାଉସିଂବୋର୍ଡ ଛକରେ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଆଲୋକ ଦାସ, ଚିନ୍ମୟ କୁମାର ସାହୁ, ଅମିତ ଦାସ, ଭରତ ଚକ୍ରବର୍ତୀ, ରାକେଶ ମଲ୍ଲିକ, ଜଗନ୍ନାଥ ଦାସ ପ୍ରମୁଖ ବାଣ ଫୁଟାଉଥିଲେ। ଏହି ସମୟରେ ପ୍ରେସ କଲୋନିର କାନ୍ତା ରେଡ୍ଡି ସେହି ରାସ୍ତାରେ ଯାଉଥିଲା। ବାଣ ଫୁଟାଇବାକୁ ନେଇ କାନ୍ତାଙ୍କ ସହ ଆଲୋକଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ପରେ କାନ୍ତା ଓ ତାର ୩୦ରୁ ଅଧିକ ସହଯୋଗୀ ହାତରେ ଲୁହାରଡ୍, ଗୁପ୍ତି, ହକି ଷ୍ଟିକ୍ ଆଦି ଧରି ୧୧ତାଲା ହାଉସିଂବୋର୍ଡ ଛକରେ ପରିଷଦର ସଦସ୍ୟମାନଙ୍କୁ ଆକ୍ରମଣ କରିଥିଲେ।
୪ ଯୁବକଙ୍କୁ ଛୁରାମାଡ଼ ଘଟଣା : କାନ୍ତାର ୪ ସହଯୋଗୀ ଜେଲ୍ ଗଲେ
/sambad/media/post_attachments/wp-content/uploads/2017/11/jail-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)