ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଚାରିଜଣ ଯୁବକ ଚଳନ୍ତା ଗାଡିରେ ବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପଚରାଉଚରା କରୁଛି ବୋଲି ପୁଲିସ ଅଧୀକ୍ଷକ ସନ୍ତୋଷ କୁମାର ସିଂ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ବାଳିକା ଜଣକ ଡିସେମ୍ବର ୩ ତାରିଖରେ କିଛି ଜିନିଷ କିଣିବା ପାଇଁ ଏକ ଦୋକାନକୁ ଯାଉଥିଲେ । ଏହି ସମୟରେ ତିନିରୁ ଚାରିଜଣ ବସିଥିବା ଏକ ଭ୍ୟାନ ବୈରାମନଗର ରାସ୍ତାରେ ଅଟକି ଥିଲା। ଭ୍ୟାନ ଭିତରୁ ବାହାରି ଜଣେ ଯୁବକ ବାଳିକାଙ୍କୁ ଉଠାଇ ନେଇଥିଲା। ଚଳନ୍ତା ଗାଡ଼ିରେ ବାଳିକା ସହିତ ଚାରିଜଣ ଯୁବକ ଦୁଷ୍କର୍ମ କରିବା ସହିତ ଏକ ଭିଡିଓ ବି କରିଥିଲେ। ଯଦି ଏହି ଘଟଣା ବିଷୟରେ ବାଳିକା କାହାକୁ କିଛି କହନ୍ତି ତେବେ ସେମାନେ ତାଙ୍କ ପିତା-ମାତାଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।
/sambad/media/post_attachments/38f3d89cb0045b7378f130901535c0f99936cc3e39030221e2aeebe538407094.jpg)
ନାବାଳିକା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଶନିବାର ସକାଳେ କିଛି ଲୋକଙ୍କ ସହ ତାଙ୍କ ଘରେ ପହଞ୍ଚି ତାଙ୍କ ବିରୋଧରେ ମାମଲା ରୁଜୁ କଲେ ପରିବାର ଲୋକଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା।
ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ବୋଲି ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/2020_12largeimg_1966763445.jpg)