ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଗେମିଂ ଆପ୍‌ କଲ୍‌ ସେଣ୍ଟରକୁ କମିସନରେଟ୍‌ ପୁଲିସ ଠାବ କରିଛି। ଏଠାରେ ଠକେଇ କାମରେ ଲିପ୍ତ ଥିବା ୪ ଜଣ ଅଭିଯୁକ୍ତକୁ ପୁଲିସ ଉଠାଇ ନେଇ ପଚରାଉଚରା କରୁଛି। ଅଭିଯୁକ୍ତମାନେ ବାହାର ରାଜ୍ୟରୁ ଆସି ଭୁବନେଶ୍ବରରେ କଳାକାରନାମା କରୁଥିଲେ। ଏମାନେ ବିଶେଷ କରି ଯୁବବର୍ଗଙ୍କୁ ଟାର୍ଗେଟ କରିଥିଲେ। ପୁଲିସ ୨ଟି ଡେସ୍କଟପ୍‌, ୧୯ଟି ମୋବାଇଲ୍‌ ଫୋନ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। 

Advertisment

ଏହି ଖବର ପଢ଼ନ୍ତୁ: ଦଲାଲଙ୍କ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କମିସନରେଟ୍‌ ପୁଲିସ କହିଛି, ଭୁବନେଶ୍ବରର ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଏକ ଭଡ଼ା ଘରେ ଗେମିଙ୍ଗ ଆପ୍ କଲ୍ ସେଣ୍ଟର ପରିଚାଳିତ ହେଉଥିଲା। ଏଠାରେ ଗେମିଙ୍ଗ ଆପ୍ ମାଧ୍ୟମରେ ସାଇବର ଠକମାନେ ଠକେଇ କରୁଥିଲେ। ଏହି କାମରେ ୪ ଜଣ ସାଇବର ଠକ୍ ନିୟୋଜିତ ଥିଲେ। ଆପାର୍ଟମେଣ୍ଟର କିଛି ଲୋକ ଏମାନଙ୍କର ଉପରେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ସାଇବର ଥାନା ପୁଲିସ ସହ ସ୍ବତନ୍ତ୍ର ସ୍କ୍ବାର୍ଡ ଓ ଏୟାରଫିଲ୍ଡ ଥାନାର ମିଳିତ ଚଢାଉ କରିଥିଲେ।

ଏହି ଖବର ପଢ଼ନ୍ତୁ: ୩କିମି ଚାଲିଚାଲି ଯାଇ ସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ

ଗେମିଂ ଆପ୍‌ କଲ୍‌ ସେ‌ଣ୍ଟରରେ ନିୟୋଜିତ ରାଜ୍ୟ ବାହାରର ୪ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି। ଏ ସିଣ୍ଡିକେଟରେ ଆଉ କାହାର ସମ୍ପୃକ୍ତି ରହିଛି ପୁଲିସ ତଦନ୍ତ କରୁଛି। ଅଭିଯୁକ୍ତମାନଙ୍କର ଠାରୁ ୨ଟି ଡେସ୍କଟପ୍‌ ସହ ଗୋଟିଏ ଲାପ୍‌ଟପ୍‌, ୧୯ଟି ମୋବାଇଲ ଫୋନ୍, ୪ ପାସପୋର୍ଟ ସହ ଏକାଧିକ ସିମ୍‌କାର୍ଡ ଜବତ ହୋଇଛି।

ଦୀର୍ଘ ୬ ମାସ ହେଲା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ସାଇବର ଠକମାନେ ଅପରେସନ୍‌ ଚଳାଇଥିଲେ। ବିଭିନ୍ନ ଲୋକଙ୍କୁ ଫୋନ୍ ଓ ମେସେଜ କରି ଅନଲାଇନ୍‌ରେ ଟଙ୍କା ଠକେଇ କରୁଥିଲେ। ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପହଞ୍ଚିଥିଲେ। 

ଏହି ଖବର ପଢ଼ନ୍ତୁ: ଷଡ଼ଯନ୍ତ୍ର ରଚିଥିଲେ ୟୁନୁସ

ସୂଚନାଯୋଗ୍ୟ ଆଜିର ଯୁବପିଢ଼ି ପ୍ରାୟତଃ ମୋବାଇଲ୍‌ ଫୋନ୍‌ରେ ବ୍ୟସ୍ତ ରହୁଛନ୍ତି। ଏହାରି ମାଧ୍ୟମରେ ସୋସିଆଲ ମିଡିଆ, ଗେମିଂ ଆପ୍‌ ଭିତରକୁ ପ୍ରବେଶ କରୁଛନ୍ତି। ଫଳରେ ସାଇବର ଠକମାନଙ୍କର ଟାର୍ଗେଟ୍‌ରେ ଫସି ଯାଉଛନ୍ତି। ସାଇବର ଠକମାନେ ଯୁବପିଢ଼ିମାନଙ୍କୁ ଲୋଭ ଦେଖାଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରି ନେଉଛନ୍ତି। 

ଏହି ଖବର ପଢ଼ନ୍ତୁ: କୋରାପୁଟରେ ଏବେ ବି ବଞ୍ଚିଛି ବାର୍ଟର ପଦ୍ଧତି