ରାସ୍ତାପାର୍ଶ୍ୱରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା କାର, ଉତ୍ତ୍ୟକ୍ତ ଲୋକଙ୍କ ମାଡରେ ଚାଳକଙ୍କ ମୃତ୍ୟୁ

ପାଟନା: ବିହାର ରାଜଧାନୀ ପାଟନାରେ ଅଗମକୁଆଁ ଥାନା ଅଞ୍ଚଳସ୍ଥ ପୁରୁଣା ବାଇପାସ୍‌ ସଡ଼କରେ ଏକ ଦୁର୍ଘଟଣା ଘଟି ଚାରିଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଚାରିଜଣଙ୍କ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକ ଚାଳକଙ୍କୁ ନିସ୍ତୁକ ମାଡ ମାରିଥିଲେ। ଉତ୍ତ୍ୟେକ୍ତ ଲୋକଙ୍କ ମାଡରେ ଦୁର୍ଘଟଣା ଘଟାଇଥିବା ଚାଳକଙ୍କର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏଭଳି ଏକ ଘଟଣା ଦାଉଦ ବିଘା ନିକଟସ୍ଥ ଜକିର-ଉଲ୍‌-ହକ୍‌ ହରିଜନ କଲୋନି ପାଖରେ ଘଟିଛି। ଗୋଟିଏ ଏସ୍‌ୟୁବି କାର ସଡ଼କ ପାର୍ଶ୍ୱରେ ଶୋଇଥିବା ଚାରିଜଣ ଲୋକଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଏହି ଦୁର୍ଘଟଣାରେ ତିନିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

zeenews

ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ଦୁଇଜଣ ଲୋକ ଥିଲେ। ରାସ୍ତାପାର୍ଶ୍ୱରେ ଶୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ପରେ ଘଟଣାସ୍ଥଳରୁ ଦୁହେଁ ଫେରାର ହେବାକୁ ଉଦ୍ୟମ କରୁଥିଲା ବେଳେ ଏକ ପୋଲ୍‌ରେ ଯାଇ ଧକ୍କା ଖାଇଥିଲେ। ଫଳରେ ଗାଡ଼ି ଓଲଟି ପଡ଼ିଥିଲା। ଏହାର ସୁଯୋଗ ନେଇ ଉତ୍ତ୍ୟକ୍ତ ଲୋକ ଚାଳକ ଓ ଚାଳକଙ୍କ ସହିତ ଥିବା ଲୋକକୁ ଧରି ନିସ୍ତୁକ ମାଡ ମାରିଥିଲେ। ଲୋକଙ୍କ ମାଡରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଏବେ ଗମ୍ଭୀର ରହିଛି।

ସମ୍ବନ୍ଧିତ ଖବର