୧୭ଟି କୁକୁର ଆକ୍ରମଣରେ ୪ବର୍ଷର ଶିଶୁ ମୃତ

କୁଟୁର: ଆନ୍ଧ୍ରପ୍ରଦେଶ ଗୁଟୁରରେ କୁକୁର ଆକ୍ରମଣରେ ୪ବର୍ଷ ଶିଶୁର ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି।
ସୂଚନାଯୋଗ୍ୟ, ପ୍ରବିଣ ଭଉଣୀ ସହିତ ଘରେ ଖେଳୁଥିବା ସମୟରେ ୧୭ଟି ବାରବୁଲା କୁକୁର ତା’ ଉପରକୁ ଆକ୍ରମଣ କରିଥିଲେ। କୁକୁରମାନେ ଶିଶୁଟିର ଗଳା, ହାତ, ଗୋଡକୁ କାମୁଡିବା ସହିତ ଆମ୍ପୁଡି ଲହୁ ଲୁହାଣ କରି ପକାଇଥିଲେ। ଅଧାଘଣ୍ଟା ପର୍ଯ୍ୟନ୍ତ ପ୍ରବିଶ ବହୁ କଷ୍ଟ ପାଇବା ପରେ ସ୍ଥାନୀୟଲୋକେ ଚିକିତ୍ସା ପାଇଁ ଡାକ୍ତରଖାନ ନେଇଥିଲେ, ହେଲେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।
ଚାଇଲ୍ଡ ଆସୋସିଏସନ୍‌ର ଅଧ୍ୟକ୍ଷ ଅଚ୍ୟୁତ ରାବଙ୍କ କହିବାନୁସାରେ, ପ୍ରବିଣଙ୍କ ମା’ ଗତ ସପ୍ତାହରେ ବାରବୁଲା କୁକୁରମାନେ ସ୍ଥାନୀୟ ବାସିନ୍ଦାଙ୍କୁ ବହୁ ହଇରାଣ ହରକତ କରୁଛନ୍ତି। ଅନେକ ସମୟରେ କୌଣସି କାରଣ ନଥାଇ ବି କାମୁଡିବା ପାଇଁ ଗୋଡାଇ ଥାଆନ୍ତି ବୋଲି ନଗର ନିଗମଙ୍କୁ ଅଭିଯୋଗ କରିଥିଲେ, ହେଲେ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଯାହାଫଳରେ ଆଜି ଏଭଳି ଏକ ଅଘଟଣ ଘଟିଛି।
ସମ୍ବନ୍ଧିତ ଖବର