ମୋବାଇଲ୍‌ ନମ୍ବର ସହିତ ଆଧାରକୁ ସଂଯୋଗ ବେଳେ ଠକାମିର ଶିକାର ହେଲେ ମୁମ୍ବାଇର ଶାଶ୍ୱତ ଗୁପ୍ତା !

ମୁମ୍ବାଇ: ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ୍‌ ନମ୍ବର ସହିତ ଆଧାରକୁ ସଂଯୋଗ କରାଯିବ ବାଧ୍ୟତାମୂଳକ। କିନ୍ତୁ ଏହି ସଂଯୋଗ ବେଳେ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। କାରଣ ଏଭଳି ନ କଲେ,ହୁଏତ ଆପଣ ଠକାମିର ଶିକାର ହୋଇପାରନ୍ତି। ଏପରିକି ଆପଣଙ୍କ ଜମାଖାତାରୁ ଟଙ୍କା ମଧ୍ୟ ଲୁଟି ନିଆଯାଇପାରେ।ଏଣୁ ବ୍ୟାଙ୍କ୍‌ରେ ଥିବା ଜମାଖାତା ସହ ଅବା ମୋବାଇଲ୍‌ ସହ ଆଧାର ସଂଯୋଗ ହେଉ,ସବୁଥିରେ ସତର୍କତା ଜରୁରୀ।

ନିକଟରେ ମୁମ୍ବାଇର ଜଣେ ଅଧିବାସୀ ଶାଶ୍ୱତ ଗୁପ୍ତା ଠକାମିର ଶିକାର ହୋଇଛନ୍ତି। ଜଣେ ଠକ ତାଙ୍କଠାରୁ ତାଙ୍କର କଷ୍ଟ ଅର୍ଜିତ ୧ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ସଂପର୍କରେ ଶାଶ୍ୱତ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଜଣେ ଠକ ତାଙ୍କୁ ଡ଼ରେଇ କହିଲା ଯେ ଯଦି ସେ ତାଙ୍କର ସିମ୍‌ ସହିତ ଆଧାର ଲିଙ୍କ୍‌ ନ କରନ୍ତି,ତେବେ ଏୟାର୍‌ଟେଲ୍‌ କଂପାନି ସିମ୍‌କୁ ଅଚଳ କରିଦେବ ଓ ତାଙ୍କର ନମ୍ବର ସବୁଦିନ ଲାଗି ବ୍ଲକ୍‌ କରିଦେବ। ସେହି ଠକ ନିଜକୁ ଏୟାର୍‌ଟେଲ୍‌ କଂପାନିର ଜଣେ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ସେ ଏୟାର୍‌ଟେଲ୍‌ର ଗ୍ରାହକ ସେବା ନମ୍ବର ୧୨୧ କୁ ସିମ୍‌କାର୍ଡ଼ ମିମ୍ବର୍‌ ମେସେଜ୍‌ କରିବାକୁ କହିଲା। ଯେହେତୁ ଶାଶ୍ୱତ ଉକ୍ତ ଠକର ମନ୍ଦ ଉଦ୍ଦେଶ୍ୟକୁ ବୁଝିପାରିନଥିଲେ,ଏଣୁ ସେ ସହଜରେ ତା’କୁ ବିଶ୍ୱାସ କଲେ।ଏହାପରେ ସେ ତା’ର ନିର୍ଦ୍ଦେଶ ମାନିବା ପରେ ସେହି ଠକ ତାଙ୍କର ସମସ୍ତ କଷ୍ଟ ଉପାର୍ଜିତ ଅର୍ଥ ଏପରି ଫିକ୍‌ସିଡ଼ ଡ଼ିପୋଜିଟ୍‌ର ଅର୍ଥକୁ ମଧ୍ୟ ନେଇ ଯାଇଛି।

କେବଳ ଶାଶ୍ୱତ ନୁହଁନ୍ତି,ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗବେଳେ ଅନେକ ଠକାମି ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ଓ ନୋଏଡ଼ା ପୁଲିସ ଇତିମଧ୍ୟରେ ଏଭଳି ୩୦ଟି ଠକେଇ ମାମଲା ରୁଜୁ କରିଛନ୍ତି।

ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ୍‌ ନମ୍ବର ସହିତ ଆଧାରକୁ ସଂଯୋଗ କରାଯିବ ବାଧ୍ୟତାମୂଳକ। କିନ୍ତୁ ଏହି ସଂଯୋଗ ବେଳେ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। କାରଣ ଏଭଳି ନ କଲେ,ହୁଏତ ଆପଣ ଠକାମିର ଶିକାର ହୋଇପାରନ୍ତି। ଏପରିକି ଆପଣଙ୍କ ଜମାଖାତାରୁ ଟଙ୍କା ମଧ୍ୟ ଲୁଟି ନିଆଯାଇପାରେ।ଏଣୁ ବ୍ୟାଙ୍କ୍‌ରେ ଥିବା ଜମାଖାତା ସହ ଅବା ମୋବାଇଲ୍‌ ସହ ଆଧାର ସଂଯୋଗ ହେଉ,ସବୁଥିରେ ସତର୍କତା ଜରୁରୀ।

ସାଇବର ନିରାପତ୍ତା ପରାମର୍ଶଦାତା କିଶଲୟ ଚୌଧୁରୀଙ୍କ ଅନୁଯାୟୀ ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗର ଠକେଇ ମାମଲାରେ କେତେକ ସରକାରୀ ସଂସ୍ଥା ଓ ପୁଲିସ ବିିଭାଗ ମଧ୍ୟ ସଂପୃକ୍ତ।ଏହି ଆଧାର ସଂଯୋଗ ପ୍ରକ୍ରିୟା ସମୟରେ ଏକ ଓଟିପି ନମ୍ବର ମିଳିଥାଏ। ଯଦି ଜଣେ ଠକ ହାତରେ ସେହି ଓଟିପି ନମ୍ବର ପଡ଼ିଯାଏ,ସେ UIDAI ଓ୍ଵବ୍‌ସାଇଟ୍‌ ଜରିଆରେ ସେମାନଙ୍କର ପଞ୍ଜୀକୃତ ଫୋନ୍‌ ନମ୍ବରକୁ ବଦଳାଇ ଦେଇପାରେ।

ଉକ୍ତ ପ୍ରତାରକ ଏକ ୟୁପିଆଇ ସମର୍ଥିତ ମୋବାଇଲ୍‌ ଆପ୍ଲିକେସନ୍‌କୁ ଡ଼ାଉନ୍‌ଲୋଡ଼୍‍ କରିପାରିବ,ଯାହା ସମସ୍ତ ବ୍ୟାଙ୍କ୍‌ ଜମାଖାତା ସହିତ ଆଧାରକୁ ଫୋନ୍‌ରେ ଯୋଡ଼ିଥାଏ। ଥରେ ସେଭଳି କରିପାରିଲେ ସେହି ଠକ ପୀଡ଼ିତଙ୍କର ଜମାଖାତାରେ ଦେଣ ନେଣ ବା ଟଙ୍କା ଉଠାଣ ନିଜ ହିସାବରେ କରିପାରିବ।

ତେବେ କେନ୍ଦ୍ର ସରକାର ବ୍ୟାଙ୍କ୍‌ ଜମା ଖାତା ବା ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗ କରାଇବା ପୂର୍ବରୁ ଭାରତୀୟ ନାଗରିକ ମାନଙ୍କୁ ଏହି ବିଷୟରେ ସଂପୂଣ୍ଣ ବୈଷୟିକ ଜ୍ଞାନ ଦେବା ଉଚିତ୍‌ ବୋଲି କିଶଲୟ ଚୌଧୁରୀ କହିଛନ୍ତି। ଯଦି ଲୋକେ ଏ ବିଷୟରେ ଯଥେଷ୍ଟ ସଚେତନ ନ ହେବେ ,ତେବେ ଆଗକୁ ଏଭଳି ଠକେଇ ମାମଲାର ସଂଖ୍ୟା ବଢ଼ିଯିବ ବୋଲି ସେ ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗର ଶେଷ ତାରିଖ ଡ଼ିସେମ୍ବର ୩୧କୁ ସଂପ୍ରସାରିତ ହୋଇଛି।

ସମ୍ବନ୍ଧିତ ଖବର