ଦଲାଲ୍‌ ଗିରଫ, ୨ ଏସି ଓ ଏଲ୍‌ଇଡି ଟିଭି ଜବତ

ଭୁବନେଶ୍ବର: ଠକେଇ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଦଲାଲ୍‌କୁ ଗିରଫ କରିଛି। ପୁଲିସ ତାଠାରୁ ୨ଟି ଏସି ଓ ୨ଟି ଏଲ୍‌ଇଡି ଟିଭି ଜବତ କିରିଛି। ସେ ହେଲା ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ଅନିରୁଦ୍ଧ ମହାନ୍ତି(୩୪)। ଏଠାରେ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ରୁହେ। କିଛିମାସ ତଳେ ଅନିରୁଦ୍ଧ ଲୋକମାନଙ୍କୁ ଏକ ଘରୋଇ ସଂସ୍ଥାରୁ ଋଣରେ ଟିଭି, ଏସି ଆଦି ସାମଗ୍ରୀ ଯୋଗାଇଦେବାକୁ କହୁଥିଲା। ଏଥିପାଇଁ ଗ୍ରାହକଙ୍କଠାରୁ କାଗଜପତ୍ର ନେଇ ଋଣ ପାଇଁ ଆବେଦନ କରୁଥିଲା। ହେଲେ ସଂସ୍ଥାରୁ ଋଣ ମିଳିବା ପରେ ଅନିରୁଦ୍ଧ ଜିନିଷ ନେଇଯାଉଥିଲା। ଋଣ ନେବାର ମାସକ ପରେ କୌଣସି ଗ୍ରାହକ କିସ୍ତି ଦେଇ ନଥିଲେ। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ କୌଣସି ଗ୍ରାହକଙ୍କ ପାଖରେ ଜିନିଷ ପହଞ୍ଚିନି କି ସେମାନେ ଋଣ ବିଷୟରେ ଜାଣି ନାହାନ୍ତି। ଏ ନେଇ ସଂସ୍ଥାର ମ୍ୟାନେଜର୍‌ ଆସିଫ୍‌ ଖାନ୍‌ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଜି ଅନିରୁଦ୍ଧକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର