ଚାକିରି ଦେବାକୁ କହି ଠକେଇ

ଚନ୍ଦ୍ରଶେଖରପୁର: ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି ଦେବାକୁ କହି ୪୦ ହଜାର ଟଙ୍କା ଠକି ନେଇଥିବା ଜଣେ ଠକକୁ ସ୍ଥାନୀୟ ଲୋକ କାବୁ କରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜିମା ଦେଇଛନ୍ତି। ପୁଲିସ ଠକ କାମାକ୍ଷାପ୍ରସାଦ ଧଳକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ କାମାକ୍ଷା ଡମଣା ଅଞ୍ଚଳର ଶ୍ରୀବନ୍ତ ରାଉତଙ୍କ ପୁଅକୁ ପୁଲିସ୍‌ରେ ଭର୍ତି କରାଇଦେବା କହି ୪୦ ହଜାର ଟଙ୍କା ନେଇଥିଲା। ପରେ ଏକ ନିଯୁକ୍ତିପତ୍ର ଶ୍ରୀବନ୍ତଙ୍କ ପୁଅ ଅରକ୍ଷିତଙ୍କୁ ଦେଇଥିଲା। ପୁଲିସ୍‌ କାର୍ଯ୍ୟାଳୟରେ ଉକ୍ତ ପତ୍ର ଦେଖାଇବାରୁ ତାହା ନକଲି ବୋଲି ଜଣାପଡ଼ିଥିଲା। ଫଳରେ ଶ୍ରୀବନ୍ତଙ୍କ ପରିବାର ଲୋକ କାମାକ୍ଷାକୁ ଖୋଜାଖୋଜି କରିଥିଲେ। ଆଜି ଡମଣା ଅଞ୍ଚଳରେ ସେ ବୁଲାବୁଲି କରୁଥିବା ବେଳେ ଶ୍ରୀବନ୍ତ ତାକୁ କାବୁକରି ପୁଲିସ୍‌ ଜିମା ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର