ଜମି‌ ଦେବା ନାଁରେ ଠକେଇ, ଆସେଣ୍ଡ କ୍ରିଏସନ୍‌ର ୨ ନିର୍ଦେଶକ ଗିରଫ

ଭୁବନେଶ୍ବର: ଜମି ଦେବା ନାଁରେ କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆସେଣ୍ଡ କ୍ରିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ୨ନିର୍ଦେଶକକୁ ଗିରଫ କରିଛି। ସେମାନେ ହେଲେ, ଚନ୍ଦ୍ରଶେଖର ପତି(୫୧) ଓ ନିରଞ୍ଜନ ପତି(୫୫)। ଉଭୟଙ୍କୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଛି। ଘଙ୍ଗପାଟଣା ଅଞ୍ଚଳରେ ଶସ୍ତାରେ ଜମି ଯୋଗାଇ ଦେବାକୁ କହି ସଂସ୍ଥା ୨୦୧୨ରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲା। ଲକ୍ଷ୍ମୀସାଗର ଅଞ୍ଚଳର ତାରିଣୀ ରଂଜନ ସାହୁ ନାମକ ଜଣେ ବ୍ୟକ୍ତି ଉକ୍ତ ଅଞ୍ଚଳରେ ୪ ହଜାର ବର୍ଗଫୁଟ୍‌ ଜମି କିଣିଥିଲେ। ଏଥିପାଇଁ ତାରିଣୀଙ୍କଠାରୁ ସଂସ୍ଥା ୮ଲକ୍ଷ ୪୦ହଜାର ଟଙ୍କା ନେଇ ତାଙ୍କ ପୁଅ ଦେ‌ବାଶିଷ ରଂଜନ ସାହୁଙ୍କ ନାମରେ ଜମି ରେଜିଷ୍ଟ୍ରି କରିଥିଲା। କିନ୍ତୁ ତାରିଣୀ ଜମି ନିକଟକୁ ଯିବା ବେଳକୁ ସେମିତି କୌଣସି ଜମି ନଥିଲା। ସଂସ୍ଥା ଯେଉଁ ପଟ୍ଟା ଓ କାଗଜପତ୍ର ଦେଇଥିଲା, ତାହା ନକଲି ବୋଲି ଜଣାପଡ଼ିଥିଲା। ଏନେଇ ସେ ଟଙ୍କା ଫେରାଇବା ପାଇଁ କହିଥିଲେ। କିନ୍ତୁ ଆଜିକାଲି କହି ସଂସ୍ଥା ଦିନ ଗଡ଼ାଇ ଚାଲିଥିଲା। ଏନେଇ ତାରିଣୀ ଅଭିଯୋଗ କରିବାରୁ ଇଓଡବ୍ଲ୍ୟୁ କେସ୍‌ ନମ୍ବର ୩/୧୯‌‌‌ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର