ପୁରୁଣା ଭୁବନେଶ୍ୱର : ବିଦେଶ ବୁଲାଇ ଦେବା ନାମରେ ଠକେଇ କରିଥିବା ଜଣେ ଯୁବକକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା କେନ୍ଦୁଝର ପାଟଣା ଥାନା ଅନ୍ତର୍ଗତ ଉଦୟପୁର ଅଞ୍ଚଳର ସ୍ମୃତି ରଞ୍ଜନ ବିଶ୍ୱାଳ(୩୭)। ପୁଲିସ ସୂଚନା ଅନୁଯାୟୀ ସ୍ମୁତି ଓ ତାଙ୍କ ପତ୍ନୀ ବଡ଼ଗଡ଼ ଥାନା ଅଧୀନ ଗୌତମ ନଗରରେ ପ୍ୟାନ୍ ଇଣ୍ଡିଆ ଲିଜର୍ ଏଣ୍ଡ୍ ହଲିଡେ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ୍ ସଂସ୍ଥା ଖୋଲିଥିଲେ। ସେ ଥାଇଲଣ୍ଡ୍, ବ୍ୟାଙ୍କକକ୍ ପ୍ରଭୃତି ଦେଶ ବୁଲାଇବା ପାଇଁ ବିଜ୍ଞାପନ କରିଥିଲେ। ଏଥିରେ ଆକୃଷ୍ଟ ହୋଇ ୫୦ରୁ ଊର୍ଧ୍ୱ ଲୋକ କୋଟିଏରୁ ଅଧିକ ଟଙ୍କା ଦେଇଥିଲେ ବୋଲି ସହିଦନଗରର ଗୌରାଙ୍ଗ ଚରଣ ନନ୍ଦ, ସରୋଜବାଳା ମହାନ୍ତି ଆଦି ଥାନାରେ ଅଭିଯୋଗ କରିଥିଲେ। ତେବେ ହଠାତ୍ ସଂସ୍ଥାର ମାଲିକ ସ୍ମୃତି ଓ ତାଙ୍କ ପତ୍ନୀ କେଉଁଆଡ଼େ ପଳାଇଥିଲେ। ଟଙ୍କା ଜମା କରିଥିବା ଲୋକେ ତାଙ୍କ ଫୋନ୍ ନମ୍ବରକୁ ବହୁବାର ଫୋନ୍ କରିବା ସହ ଖୋଜା ଖୋଜି କରିଥିଲେ। ତେବେ ସ୍ମୃତି ଟଙ୍କା ନେଇ ଛୁ ମାରିଥିବା ଜାଣିବାକୁ ପାଇଥିଲେ। ଏନେଇ ଗୌରାଙ୍ଗ ଓ ସରୋଜବାଳାଙ୍କ ସମେତ ଅନ୍ୟ ଲୋକ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ସଂସ୍ଥାର ସରକାରୀ ରେଜିଷ୍ଟ୍ରେସନ୍ ନଥିବା ଜଣାପଡ଼ିଥିଲା। ତେବେ ସ୍ମୃତି କେନ୍ଦୁଝରରେ ଥିବା ଜାଣିବାକୁ ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ସେଠାରୁ ସ୍ମୃତିକୁ ଗିରଫ କରିବା ସହିତ କାର୍କୁ ଜବତ କରିଥିଲା।
ବିଦେଶରେ ବୁଲାଇବା ବାହାନାରେ କୋଟିଏରୁ ଊର୍ଧ୍ୱ ଟଙ୍କା ଠକେଇ, ଜଣେ ଗିରଫ
/sambad/media/post_attachments/wp-content/uploads/2018/03/arrested-handcuffs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)