ସାଣ୍ଡୱିଚ୍ ଦେବାରେ ବିଳମ୍ବ କରିବାରୁ ୱେଟରଙ୍କୁ ଗୁଳି ମାରି ହତ୍ୟା କରିଲେ ଗ୍ରାହକ

ପ୍ୟାରିସ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକଙ୍କୁ ସାଣ୍ଡୱିଚ୍ ଯୋଗାଇ ଦେବାରେ ବିଳମ୍ବ କରିବାରୁ ୱେଟରଙ୍କୁ ଗୁଳି ମାରି ହତ୍ୟା କରିଲେ ଉକ୍ତ ଗ୍ରାହକ।

ମିଳିଥିବା ସୂଚନା ଅନୁଯାୟୀ ଏଠାକାର ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ସାଣ୍ଡୱିଚ୍ ଅର୍ଡର ଦେଇଥିଲେ । କିନ୍ତୁ ଅର୍ଡର ବିଳମ୍ବରେ ଆସିବାରୁ ଗ୍ରାହକ ଜଣକ ୱେଟରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଗ୍ରାହକଙ୍କୁ ନିଜ ଅର୍ଡର ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା ତେଣୁ ସେ କ୍ରୋଧରେ ଆସି ୱେଟରଙ୍କୁ ଗୁଳି ମାରିଥିଲେ ।

photo-hindustantimes

ପୋଲିସ୍ ମୁତାବକ , ନାଇଜି –ଲେ-ଗ୍ରେଣ୍ଡ ନାମକ ଏକ ରେଷ୍ଟୁରାଣ୍ଟରେ ଶୁକ୍ରବାର ରାତି ଗୁଳି ଫୁଟିବାର ଶବ୍ଦ ହେବାରୁ ହୋଟେଲ୍ ସହକର୍ମୀମାନେ ପୁଲିସକୁ ଏନେଇ ସୂଚନା ଦେଇଥିଲେ । ୱେଟରଙ୍କ କାନ୍ଧରେ ଗୁଳି ଲାଗିଥିବାରୁ ପୀଡ଼ିତ (୨୮) ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ , ଖାଦ୍ୟ ସଠିକ୍ ସମୟରେ ପ୍ରସ୍ତୁତ ନହୋଇଥିବାରୁ ଭୋକିଲା ଗ୍ରାହକ ଜଣକ କ୍ରୋଧର ନିଆଁରେ ଜଳୁଥିଲା । ତେଣୁ ସେ ନିଜ ହିତାହିତ ଜ୍ଞାନ ଭୁଲି ୱେଟର୍ ଉପରକୁ ଗୁଳି ଚଳାଇଥିଲା ଏବଂ ତାପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର