ବନ୍ଧୁ ସାଜିଲା ବଇରୀ: ସାଙ୍ଗର ବାପା ମା’ଙ୍କୁ ବାନ୍ଧି ଲୁଟିଲା

ଭୁବନେଶ୍ବର: ବନ୍ଧୁ ସାଜିଲା ବଇରୀ। ସାଙ୍ଗର ବାପା ମା’ଙ୍କୁ ବାନ୍ଧି ଲୁ‌ଟିନେଲା ୪ ଲକ୍ଷ ଟଙ୍କା। ଏଭଳି ଘଟଣା ଘଟିଛି ବାଙ୍କୁଆଳର ପାଞ୍ଚମାଣ ଭ‌ୋଇସାହି ଅଞ୍ଚଳରେ। ସହିଦନଗର ଥାନା ପୁଲିସ ଲୁଟେରାକୁ ଗିରଫ କରିବା ସହ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛି। ସେ ହେଲା ସେହି ବାଙ୍କୁଆଳ ଭୋଇସାହି ଅଞ୍ଚଳର ରାଜେନ୍ଦ୍ର ଭୋଇ ଓରଫ ରାଜନ(୧୯)। ରାଜନ ସ୍ଥାନୀୟ ଅଞ୍ଚଳର ରମେଶ ବେହେରାଙ୍କ ପୁଅ ସହ ମିଳାମିଶା କରେ। ଗତ ୩୧ ତାରିଖ ରାତିରେ ରମେଶଙ୍କ ପୁଅ ଜିରୋ ନାଇଟ୍‌ ଉତ୍ସବ ପାଳନ ପାଇଁ ବାହାରକୁ ଯାଇଥିବା ରାଜନ ଜାଣିଥିଲା। ଏହାର ସୁଯୋଗରେ ରାଜନ ରମେଶଙ୍କ ଘରେ ପଶି ଉଭୟ ଦମ୍ପତିଙ୍କୁ ଧମକଚମକ ଦେଇ ଏକ ଘରେ ଚାବି ପକାଇ ୪ଲକ୍ଷ ଟଙ୍କା ନେଇଯାଇଥିଲା। ଏନେଇ ରମେଶ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ରବିବାର ବିଳମ୍ବିତ ରାତିରେ ପୁଲିସ ରାଜନ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର