ହୋଲିରେ ଟଙ୍କା ଦେବାକୁ ମନା କରି ଦେବାରୁ ସାଙ୍ଗର କାନ କାମୁଡ଼ି ରକ୍ତାକ୍ତ କଲେ ଦୁଇଯୁବକ

ଠାଣେ: ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଦୁଇଜଣ ନିଜ ବସ୍‌ କଣ୍ଡକ୍ଟର ସାଙ୍ଗକୁ ହୋଲି ପାଇଁ ଟଙ୍କା ମାଗିଥିଲେ। ସାଙ୍ଗଟି ଟଙ୍କା ଦେବାକୁ ମନା କରି ଦେବାରୁ ଦୁଇଜଣ ତା’ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗାନ୍ଧୀନଗର ଅଞ୍ଚଳରେ ସୋମେଶ୍ୱର ପଫାଲ ଓ ପଙ୍କଲ ଇଙ୍ଗଲ ବସବାସ କରନ୍ତି। ଗତକାଲି ରଙ୍ଗର ପର୍ବର ହୋଲି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ସାଙ୍ଗସାଥୀଙ୍କ ଠାରୁ ଟଙ୍କା ଏକାଠି କରିଥିଲେ। ଦୁହେଁ ନିଜର ସାଙ୍ଗ ଅରବିନ୍ଦ ଗିରିଙ୍କୁ ବି ହୋଲି ଅବସରରେ ଟଙ୍କା ମାଗିଥିଲେ। ଅରବିନ୍ଦ ଗିରି ପେସାରେ ଜଣେ ବସ୍‌ କଣ୍ଟକ୍ଟର ।

ଅରବିନ୍ଦ କିନ୍ତୁ ଦୁଇ ସାଙ୍ଗକୁ କିଛି ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଟଙ୍କା ଦେବାକୁ କାହିଁକି ଅରବିନ୍ଦ ମନା କଲା ସେହି ରାଗରେ ସୋମେଶ୍ୱର ଓ ପଙ୍କଲ ରାଗି ଯାଇଥିଲେ। ଆଉ ଏହି ରାଗରେ ଦୁହେଁ ଅରବିନ୍ଦ ଉପରକୁ ଆକ୍ରମଣ କରି ମାଡ଼ ମାରିବା ସହିତ ତାଙ୍କ କାନ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ ଦୁଇଯୁବକ। ଏହି ଘଟଣା ନେଇ ଥାନାରେ ଅଭିଯୋଗ ହେବା ପରେ ସୋମେଶ୍ୱର ପଫାଲ ଓ ପଙ୍କଲ ଇଙ୍ଗଲଙ୍କୁ ପୁଲିସ ଗିରଫ କରି ନେଇଛି।

ସମ୍ବନ୍ଧିତ ଖବର