ଡାକ୍ତରାଣୀଙ୍କୁ ପ୍ରେମ ଜାଲରେ ଫସାଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଅଭିଯୁକ୍ତ ଲୁଟି ନେଇଥିଲେ କୋଟିଏରୁ ଊର୍ଧ୍ବ ଟଙ୍କା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଡିଣ୍ଡୋରି ହସ୍ପିଟାଲ ଖୋଲିବା ବାହାନା୍ରେ ଜବଲପୁରର ଜଣେ ଠକ ଯୁବକ ଛିନ୍ଦୱାଡାର ଜଣେ ମହିଳା ଡାକ୍ତରଙ୍କୁ ପ୍ରେମଜାଲରେ ଫସାଇଥିଲା। ଡାକ୍ତରାଣୀଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଯୁବକ ଜଣକ ଭାଇରାଲ କରିବାର ଧମକ ଦେଇଥିଲ। ଏଥିପାଇଁ ସେ ମହିଳା ଡାକ୍ତରାଣୀଙ୍କ ଠାରୁ ପାଖାପାଖି ଏକକୋଟି ଟଙ୍କା ଠକି ନେଇଥିଲା। ଯୁବକ ଜଣକ ଡାକ୍ତରାଣୀଙ୍କୁ ଆହୁରି ଟଙ୍କା ଦାବି କରିବାରୁ ସେ ବାଧ୍ୟ ହୋଇ କୋତବାଲିରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଅଭିଯୁକ୍ତ ମନୀଷ ଶ୍ରୀବାସ୍ତବ ଜବଲପୁର ନିବାସୀ । ସେ ଛିନ୍ଦୱାଡ଼ାରେ ରହୁଥିବା ମହିଳା ଡାକ୍ତରଙ୍କ ସହିତ ଡିଣ୍ଡୋରିରେ ହସ୍ପିଟାଲ ଖୋଲିବା ବାହାନାରେ ସାଙ୍ଗ ହୋଇଥିଲେ। ଅଭିଯୁକ୍ତ ଡାକ୍ତରାଣୀଙ୍କୁ ପ୍ରେମଜାଲରେ ଫସାଇ ତାଙ୍କୁ ନିର୍ଯାତନା ଦେଇଥିଲେ। ଏହାପରେ ଡାକ୍ତରାଣୀଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଯେତେବେଳେ ଡାକ୍ତରାଣୀ ଆଉ ଟଙ୍କା ଦେବାକୁ ମନା କରି ଦେଇଥିଲେ। ମନୀଷ ଭୋ୍ପାଳରେ ରହୁଥିବା ସାଙ୍ଗ କୂଳଭୂଷଣକୁ ଆଇବିର ନକଲି ଅଫିସର ସଜାଇ ଧମକ ଦେବା ଆରମ୍ଭ କରିଥିଲେ।

ଏମିତି କି ଡାକ୍ତରାଣୀଙ୍କ ସ୍ବାମୀଙ୍କ ପାଖକୁ ଅଶ୍ଳୀଳ ଭିଡିଓ ପଠାଇବା ଧମକ ଦେଇ ୧କୋଟି ୮୦ହଜାର ଟଙ୍କା ଲୁଟି ନେଇଥିଲେ ଯୁବକ। ପୁଲିସ ଦୁଇଜଣ ଅଭିଯୁକ୍ତ ମନୀଷ ଓ କୂଳଭୁଷଣ ବିରୋଧରେ ଧାରା ୩୭୬, ୩୮୬,୪୨୯ ଓ ୫୦୬ ମାମଲା ରୁଜୁ କରି ଗିରଫ କରିଥିଲା।

ସମ୍ବନ୍ଧିତ ଖବର