ଫୋନ୍‌ ପେ’ରେ ଟଙ୍କା ନଯିବାରୁ ଗଣ୍ଡଗୋଳ : ଫଳ ଦୋକାନୀ-ଗ୍ରାହକ ମାର୍‌ପିଟ

ଧଉଳି : ଧଉଳି ଥାନା ଅଧୀନ ଉତ୍ତରାଛକ ନିକଟରେ ଆଜି ସଂଧ୍ୟାରେ ଫଳଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ମାର୍‌ପିଟ ହୋଇଛି। ଫଳଦୋକାନୀର ମାଡ଼ରେ ଗ୍ରାହକ ଅକ୍ଷୟ ସାହୁ (୪୩) ଆହତ ହୋଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି। ଏନେଇ ଅକ୍ଷୟ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଫଳ ଦୋକାନୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଆଜି ସଂଧ୍ୟା ୫ଟା ବେଳେ ଅକ୍ଷୟ ଉତ୍ତରାଛକ ନିକଟରେ ୨ କିଲୋ ଫଳ କିଣିଥିଲେ। ମାତ୍ର ତାଙ୍କ ପାଖରେ ନଗଦ ଟଙ୍କା ନଥିବାରୁ ଫୋନ ପେ’ରେ ଟଙ୍କା ଦେବାକୁ କହିଥିଲେ। ହେଲେ ଟଙ୍କା ଦେବା ପରେ ଫଳଦୋକାନୀଙ୍କ ଆକାଉଣ୍ଟକୁ ଯାଇନଥିଲା। ଏନେଇ ଉଭୟ ଦୋକାନୀ ଓ ଅକ୍ଷୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ପରେ ମାର୍‌ପିଟ ହୋଇଥିଲା। ଧଉଳି ଥାନା ପୁଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର