ନୂଆଦିଲ୍ଲୀ: ନୂଆଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ମଧ୍ୟପ୍ରଦେଶରୁ ଏମିତି ଏକ ଗ୍ୟାଙ୍ଗକୁ କାବୁ କରିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ। ଏହି ଗ୍ୟାଙ୍ଗରେ ଏମିତି ନାବାଳକ ସାମିଲ ଅଛନ୍ତି ଯାହାଙ୍କୁ ଦଲାଲ ସେମାନଙ୍କ ବାପା-ମା’ଙ୍କ ଠାରୁ ବର୍ଷକ ପାଇଁ ଚୁକ୍ତି କରିକି ଆଣନ୍ତି। ଚୁକ୍ତି କରି ଆଣିବା ପରେ ଦଲାଲ ନାବାଳକମାନଙ୍କୁ ଚୋରି କରିବାର ପ୍ରଶିକ୍ଷଣ ଦେଇଥାଆନ୍ତି। ଏହାପରେ ସେମାନଙ୍କୁ ବିବାହ ଆଦି କାର୍ଯ୍ୟକ୍ରମଗୁଡ଼ିକରେ ଚୋରି କରିବାକୁ ପଠାଯାଇଥାଏ।

Advertisment

ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଏହି ଗ୍ୟାଙ୍ଗର ଦୁଇଜଣ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି। ଏଥିସହିତ ଜଣେ ନାବାଳିକାକୁ ପୁଲିସ କାବୁ କରି ନେଇଛି। ଏହି ଗ୍ୟାଙ୍ଗ ବିବାହ ସମୟରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସକ୍ରିୟ ହୋଇଯାଇଥାଏ। ତେବେ ଚୋରି ସମୟରେ ନାବାଳକମାନେ ଏମିତି ବେଶଭୁଷା ଧାରଣ କରିଥାଆନ୍ତି କି ଧନୀଘରର ପିଲାଙ୍କ ଭଳି ଦେଖା ଯାଇଥାଆନ୍ତି।  ଆଉ ଏମାନଙ୍କ ଉପରେ କେହି ସନ୍ଦେହ କରନ୍ତି ନାହିଁ।

ଏହାପରେ ଦଲାଲମାନେ ଉକ୍ତ ନାବାଳକମାନଙ୍କୁ ବିବାହ ମଣ୍ଡପକୁ ପଠାଇ ନିଜେ ବାହାରେ ଅପେକ୍ଷା କରି ରହିଥାଆନ୍ତି। ନାବାଳକମାନେ ଚୋରି କରି ଆଣିଥିବା ଟଙ୍କା ଓ ଅଳଙ୍କାର ବ୍ୟାଗକୁ ଧରି ଦଲାଲମାନେ  ଘଟଣାସ୍ଥଳରୁ ଚମ୍ପଟ ମାରିଥାଆନ୍ତି । ତେବେ ପୁଲିସ କାବୁ କରିଥିବା ଏହି ଗ୍ୟାଙ୍ଗ ଠାରୁ ୧୦ଟି କାର ସମେତ ୬୩ ହଜାର ନଗଦ ଟଙ୍କା ସହିତ ଚାରି ହୋଇଥିବା ସୁନା ଗହଣା ଜବତ ଆଦି ଜବତ କରିଛି। ଏଥିସହିତ ଏହି ଗ୍ୟାଙ୍ଗରେ ସାମିିଲ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ କରୁଛି ପୁଲିସ।।