ଗ୍ୟାଙ୍ଗ୍‌ ଲିଡରଙ୍କ ଡ଼ାକ୍ତର ହେବା ସ୍ୱପ୍ନକୁ ପୂରା କରିବା ପାଇଁ ୪ବର୍ଷ ହେଲା କାର୍‌ ଚୋରି କରୁଥିଲେ ୪ ଚୋର

ନୂଆଦିଲ୍ଲୀ : ଗ୍ୟାଙ୍ଗ ଲିଡରର ଡ଼ାକ୍ତର ହେବାର ସ୍ୱପ୍ନକୁ ପୂରା କରିବା ପାଇଁ ୪ ବର୍ଷ ଧରି କାର୍‌ ଚୋରି କରୁଥିବା ଏକ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି ପୁଲିସ । ୪ ଜଣଙ୍କ ମଧ୍ୟରୁ ଗ୍ୟାଙ୍ଗ୍‌ର ମୁଖ୍ୟ ଜଣେ ଡ଼ାକ୍ତର ହେବାକୁ ଚାହୁଁଥିବା ବେଳେ ପଢ଼ିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା । ଯେଉଁଥି ପାଇଁ ସେ ନିଜର ୩ଜଣ ସାହଯୋଗୀଙ୍କ ସହ ମିଶି ୪ ବର୍ଷ ପୂର୍ବରୁ କାର ଚୋରି ଆରମ୍ଭ କରିଥିଲେ । ୪ ବର୍ଷ ମଧ୍ୟରେ ସେମାନେ ୧୦୦ରୁ ଊର୍ଦ୍ଧ୍ୱକାର୍‌ ଚୋରି କରି ସାରିଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ହେଲେ ବ୍ରହମ୍‌ ସିଂ(୪୦),ଦିନେଶ କୁମାର(୪୪),ମୁକିମ୍‌(୨୩) ଏବଂ ଅଶୋକ(୨୫)। ଗିରଫ ବେଳେ ପୁଲିସ ପ୍ରାୟ ୨୧ଟି ଚୋରା ଗାଡ଼ି ଜବତ କରିଥିବା ଜଣାପଡ଼ିଛି ।

indiatimes.com

ଡ଼ିସିପି ଶିବେଶ ସିଂ ଦେଇଥିବା ସୂଚନା ମୁତାବକ, ମେ ୩ରେ ବ୍ରହମ୍‌ ସିଂ ଏକ ଚୋରା ଗାଡ଼ିକୁ ଦ୍ୱରକାରେ ଥିବା ଏକ ଗୋଡ଼ାଉନ୍‌କୁ ବିକିବା ପାଇଁ ଆସିଥିବାର ପୁଲିସକୁ ଖବର ମିଳିଥିଲା । ସେଠାରେ ତଦନ୍ତ ପାଇଁ ପୁଲିସ ପହଞ୍ଚିବା ପରେ ବ୍ରହମ୍‌ ସିଂ ବାହାନା ବନାଇ ପୁଲିସକୁ ମିଛ କାହାଣୀ ଶୁଣାଇଥିଲା । କିନ୍ତୁ ଏତେ ଭଲ ଅବସ୍ଥାରେ ଥିବା ଗାଡ଼ିକୁ ବିକ୍ରି କ’ଣ ପାଇଁ କରାଯାଉଛି ବୋଲି ପଚାରିଥିଲା ପୁଲିସ୍‌ । ଅଧିକ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଦିନେଶ କୁମାରଙ୍କ ଡ଼ାକ୍ତର ହେବାର ସ୍ୱପ୍ନକୁ ପୂରା କରିବା ପାଇଁ ସେମାନେ ଏପରି କରୁଥିଲେ ବୋଲି ସ୍ୱୀକାର କରିବା ସହ ଅଲିଗଡ଼,ବୁଲନ୍ଦସହର୍‌ ଏବଂ ନୋଏଡ଼ାରେ ଚୋରା ଗାଡ଼ିକୁ ବିକ୍ରି କରୁଥିଲେ ବୋଲି ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର