ବ୍ୟବସାୟୀଙ୍କୁ ରଡ୍‌ରେ ଆକ୍ରମଣ କରି ଲୁଟ୍‌

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ବଇଁଚୁଆ ବଢ଼େଇସାହିର ଜନାର୍ଦ୍ଦନ ସାହୁ (୨୮) ନାମକ ଜଣେ ମନୋହରି ସାମଗ୍ରୀ ବ୍ୟବସାୟୀଙ୍କୁ ୪ଜଣ ଦୁର୍ବୃତ୍ତ ଲୁହା ଛଡ଼ରେ ଆକ୍ରମଣ କରି ୧୫ଶହ ଟଙ୍କା ଲୁଟି ନେଇଛନ୍ତି। ହେଲେ ଏ ସଂପର୍କରେ ଜନାର୍ଦ୍ଦନ ଥାନାରେ କୌଣସି ଅଭିଯୋଗ କରି ନଥିବା କହିଛନ୍ତି। ଖୋର୍ଧା ଥାନା ଅନ୍ତର୍ଗତ ଗୁରୁଜଙ୍ଗ ନିଛାଟିଆ ରାସ୍ତାରେ ତାଙ୍କୁ ୪ଜଣ ଯୁବକ ବାଇକ୍‌ରେ ଆସି ଅଟକାଇ ଥିଲେ। ଜନାର୍ଦ୍ଦନ କିଛି ବୁଝିବା ପୂର୍ବରୁ ତାଙ୍କୁ ଲୁହା ରଡ୍‌ରେ ଅତର୍କିତ ଆକ୍ରମଣ କରି ଟଙ୍କା ଛଡ଼ାଇ ନେଇଥିଲେ। ଆକ୍ରମଣରେ ଜନାର୍ଦ୍ଦନ ଗୁରୁତର ଆହତ ହୋଇ ପଡ଼ିଥିଲେ। ଏବେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ।

ସମ୍ବନ୍ଧିତ ଖବର