କୋଚିଙ୍ଗରୁ ଫେରୁଥିବା ୨୨ ବର୍ଷୀୟ ଯୁବତୀଙ୍କୁ ଅଟୋରେ ଗଣଦୁଷ୍କର୍ମ

ଚଣ୍ଡୀଗଡ଼: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହେବା ଘଟଣା ମାସଟିଏ ପୂରି ନଥିବା ବେଳେ ଚଣ୍ଡୀଗଡ଼ରେ କୋଚିଙ୍ଗରୁ ଫେରୁଥିବା ୨୨ ବର୍ଷୀୟ ଯୁବତୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଚଳନ୍ତା ଅଟୋରେ ଗଣଦୁର୍ଷ୍କମ ହୋଇଛି।

ଚଣ୍ଡୀଗଡ଼ ସେକ୍ଟର-୩୭ରୁ ମୋହାଲି ଅଟୋରେ ଯାଉଥିବା ଯୁବତୀଙ୍କୁ ଚାଳକ ଓ ଅନ୍ୟ ୨ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପେଟ୍ରୋଲ ଭରିବା ବାହାନାରେ ଅଟୋକୁ ଅନ୍ୟ ରାସ୍ତାରେ ନେଇ ଯାଇଥିଲେ। ଲୋକ ନଥିବା ଶୂନସାନ ସ୍ଥାନରେ ଯୁବତୀଙ୍କୁ ଛୁରି ଦେଖାଇ ଜଣକ ପରେ ଜଣେ ଅତି ଅମାନୁଷିକତାର ସହିତ ଦୁଷ୍କର୍ମ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ସେକ୍ଟର -୫୩ ଅଞ୍ଚଳରେ ଫିଙ୍ଗି ଫେରାର ହୋଇ ଯାଇଥିଲେ। ପୁଲିସ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ କରିଛି।

ପୁଲିସ କହିଛି, ପୀଡ଼ିତା ଚାକିରି କରିବା ସହିତ ଷ୍ଟେନୋଗ୍ରାଫି କରୁଥିଲେ। ତାଙ୍କୁ ଏକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାର ଦେଖି କିଛି ଲୋକ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ଯୁବତୀ ଜଣକ ଉତ୍ତରଖଣ୍ଡର ଡେରାଡୁନ ନିବାସୀ। ପୀଡ଼ିତା ପୁଲିସ କୁ କହିଛନ୍ତି, ଅଟୋରେ ଅସ୍ଥାୟୀ ନମ୍ବର ଲେଖା ଥିଲା।

ସମ୍ବନ୍ଧିତ ଖବର