ଦିଲ୍ଲୀ: ବଡ଼ଦିନରେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ନୂଆଦିଲ୍ଲୀ: ଧରାପୃଷ୍ଠରେ ପ୍ରଭୁ ଯୀଶୁଙ୍କ ଅବତରଣକୁ ନେଇ ସମଗ୍ର ବିଶ୍ୱର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅପେକ୍ଷାରତ ଥିବା ବେଳେ, ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଗଣଦୁଷ୍କର୍ମ ଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛି। ସରୋଜିନୀ ନଗରରେ ଜଣେ ୧୯ ବର୍ଷୀୟ ଯୁବତୀ ଘଟଣାର ଶିକାର ହୋଇଛନ୍ତି। ଦୁଷ୍କର୍ମ ପୀଡ଼ିତା ଘଟଣାର ସମ୍ମୁଖୀନ ହେବା ପରେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ରିପୋର୍ଟ ଅନୁଯାୟୀ, ପୀଡ଼ିତା ମଡେଲିଙ୍ଗ୍‌ରେ ନିଜ କ୍ୟାରିୟର କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ୨ ମାସ ପୂର୍ବରୁ ମୁମ୍ବାଇ ଯାଇଥିଲେ। ସେଠାରେ ତାଙ୍କର ଦିଲ୍ଲୀର ଶତୀସ ନାମରେ ଜଣେ ଯୁବକଙ୍କ ସହିତ ଦେଖାହୋଇଥିଲା। ପରେ ଉଭୟଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା। ଦିଲ୍ଲୀରେ ମୋର ବହୁତ ଚିହ୍ନା ଅଛନ୍ତି ଏବଂ ଯଦି ସେ ତାଙ୍କ ସହ ଯିବେ ତାହାଲେ ନିର୍ଦ୍ଧେଶକଙ୍କ ସହ ଦେଖାକରାଇ ଦେବେ ବୋଲି ଯୁବତୀଙ୍କୁ ପ୍ରସ୍ତାବ ଦେଇଥିଲେ ସତୀଶ।

Image Courtesy of India Today

ପୀଡ଼ିତା ଜଣକ ଅଭିଯୁକ୍ତ ଶତୀସ କରି ତା’ ସହିତ ଦିଲ୍ଲୀ ପଳାଇଆସିଲେ। ସେ ଦିଲ୍ଲୀର ଜାମିନ ନଗରରେ ଏକ ଭଡ଼ା ଘରେ ରହୁଥିଲେ। ଦିଲ୍ଲୀର ବିଭିନ୍ନ ସ୍ଥାନରେ ୧୫ ଦିନ ପର୍ଯ୍ୟନ୍ତ ବୁଲାଇବା ପରେ ଅଭିଯୁକ୍ତ ଶତୀସ ପୀଡ଼ିତାଙ୍କୁ ଡିସେମ୍ବର ୨୪ରେ ସାଉଥ ଦିଲ୍ଲୀର ଏକ ସପିଂମଲକୁ ନେଇଥିଲେ। ସେଠାରେ ଶତୀସ ତାଙ୍କର ଜଣେ ବନ୍ଧୁ ଯୋଗୀଙ୍କ ସହିତ ଦେଖାହୋଇଥିଲା। ସେଠାରେ ପାର୍ଟି ଶେଷ କରି ପୀଡ଼ିତାଙ୍କୁ ନେଇ ସରୋଜୀନି ନଗର ସ୍ଥିତ ଏକ ପ୍ଲଟକୁ ଯାଇଥିଲେ। ଯୋଜନା ମୁତାବକ ସେଠାରେ ପୂର୍ବରୁ ତାଙ୍କର ଅନ୍ୟ ଜଣେ ବନ୍ଧୁ ହରେନ୍ଦ୍ର ଉପସ୍ଥିତ ଥିଲେ ।

ସେଠାରେ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ସେମାନେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଡିସେମ୍ବର ୨୫ରେ ଯେତେବେଳେ ପୀଡ଼ିତାଙ୍କର ଚେତା ଫେରିଥିଲା ସେ ପୁଲିସକୁ ଅତୀତର ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଶତୀସ ଓ ଯୋଗୀଙ୍କୁ ଗିରଫ କରିଥିଲା। ପୀଡ଼ିତାଙ୍କର ଡ଼ାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ ଗଣଦୁଷ୍କର୍ମ ମାମାଲା ରୁଜୁ କରିଛି। ତୃତୀୟ ଅଭିଯୁକ୍ତ ହରେନ୍ଦ ଫେରାର ରହିଛନ୍ତି ।

ସମ୍ବନ୍ଧିତ ଖବର