ଭିଣୋଇଙ୍କୁ ବାନ୍ଧି ଶାଳୀ ସହ ଦୁଷ୍କର୍ମ କଲେ ୬ଯୁବକ, ଭିଡିଓ ହେଲା ଭାଇରାଲ

ଚିତ୍ରକୁଟ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ଭିଣୋଇ ଆଗରେ ଶାଳୀ ସହ ଦୁଷ୍କର୍ମ କଲା ଭଳି ବର୍ବର କାଣ୍ଡ ଘଟିଛି । ଦୁହେଁ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ୬ଜଣ ଯୁବକ ପୀଡ଼ିତାଙ୍କୁ ଟାଣିନେବା ସହ ତାଙ୍କ ଭିଣୋଇଙ୍କୁ ମାଡ଼ ମାରି ବାନ୍ଧି ଦେଇଥିଲେ । ଏହା ପରେ ତାଙ୍କ ଆଗରେ ପୀଡ଼ିତାଙ୍କୁ ୬ଜଣ ଦୁଷ୍କର୍ମ କରିବା ସହ ଘଟଣାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପୁଲିସ ନଜରକୁ ଆସିବାରୁ ପୁଲିସ ଏବେ ଏ ନେଇ ଏତଲା ରୁଜୁ କରିଥିବା ଜଣା ପଡ଼ିଛି ।

ଘଟଣାଟି ଚିତ୍ରକୁଟ ଜିଲ୍ଲାର ମଊ ଥାନା ଅଞ୍ଚଳର । ହଠାତ୍‌ ଦୁଷ୍କର୍ମର ଭିଡିଓ ଭାଇରାଲ ହେଉଥିବା ଦେଖି ପୁଲିସ ତୁରନ୍ତ ଯାଞ୍ଚରେ ଲାଗି ପଡ଼ିଥିଲା । ଭିଡିଓ ଆଧାରରେ ୪ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଏବେ ଅନ୍ୟ ୨ଜଣଙ୍କ ପରିଚୟ ଖୋଜିବା ଆରମ୍ଭ କରିଛି ପୁଲିସ ।

जीजा को बांधकर 6 लड़कों ने साली का क‍िया गैंगरेप, वीड‍ियो वायरल
aajtak.intoday.in

ପୁଲିସର ସୂଚନାନୁସାରେ, ସୋସିଆଲ ଭିଡିଆରେ ଭାଇରାଲ ହେଉଥିବା ୧୪ସେକେଣ୍ଡର ଭିଡିଓ ଅକ୍ଟୋବର ୨୮ର ବୋଲି ଜଣା ପଡ଼ିଛି । ପୀଡ଼ିତା ନିଜ ଭିଣୋଇଙ୍କ ସହ ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ମାରଣାସ୍ତ୍ର ଦେଖାଇ ଦୁହିଁଙ୍କୁ ଅଟକାଇଥିଲେ । ଦୁହିଁଙ୍କ ପାଖରେ ଥିବା ଟଙ୍କା ଓ ସୁନାଗହଣାକୁ ଲୁଟ୍‌ କରିବା ଆରମ୍ଭ କରିବାରୁ ପୀଡ଼ିତାଙ୍କ ଭିଣୋଇ ସେମାନଙ୍କୁ ବିରୋଧ କରିଥିଲେ । ଯାହା ପରେ ୬ଜଣ ମିଶି ପୀଡ଼ିତାଙ୍କ ଭିଣୋଇଙ୍କୁ ମାଡ଼ ମାରି ବାନ୍ଧି ଦେବା ସହ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ପରେ ପୀଡ଼ିତା ଏ ନେଇ ମଊ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପୀଡ଼ିତାଙ୍କୁ ପାଟି କରି ବାହାର କରି ଦେଇଥିଲେ । ପରେ ଭିଡିଓ ଭାଇରାଲ ହେବାରୁ ପୀଡ଼ିତା ପୁଲିସ ଅଧ୍ୟୀକ୍ଷକଙ୍କୁ ଦେଖା କରି ଏତଲା ଲେଖାଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର