୧୮ ଦିନ ପର୍ଯ୍ୟନ୍ତ ନାବାଳିକାକୁ ବନ୍ଧକ ରଖି ଗଣଦୁଷ୍କର୍ମ; ଧରାପଡ଼ୁ ନାହାନ୍ତି ଅଭିଯୁକ୍ତ

ହମିରପୁର : ଉତ୍ତରପ୍ରଦେଶର ହମୀରପୁର ଏକ ଘଟଣା ବର୍ତ୍ତମାନ ଚହଳ ସୃଷ୍ଟି କରିଛି। ଗତ ୨୦ ତାରିଖରେ ବଜାର ଯାଇଥିବା ଜଣେ ନାବାଳିକାକୁ ଅପହରଣ କରି ୧୮ ଦିନ ପର୍ଯ୍ୟନ୍ତ ବନ୍ଧକ ରଖି ଗଣଦୁଷ୍କର୍ମ କରିଛନ୍ତି ତିନି ଜଣ ଅଭିଯୁକ୍ତ । ପୀଡ଼ିତା ଜଣକ ନିଜେ ଘଟଣା ବିଷୟରେ ସମସ୍ତ କଥା କହିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ବର୍ତ୍ତମାନ ପୁଲିସ୍‌ ମାମଲାଟିର ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜୁଛି।

sakshipost

ପୁଲିସ ସୂଚନା ମୁତାବକ , ଗତ ଏପ୍ରିଲ୍‌ ୨୦ ତାରିଖ ଦିନ ନାବାଳିକା ଜଣକ ବଜାରକୁ କିଛି ଜିନିଷ ଆଣିବା ପାଇଁ ଯାଇଥିଲେ । ସେଠାରେ ଏକ ଗାଡ଼ିରେ କେତେ ଜଣ ଆସି ନାବାଳିକାଙ୍କୁ ଅପହରଣ କରିଥିଲେ । ଏହା ବିଷୟରେ ପରିବାର ସଦସ୍ୟ ସ୍ଥାନୀୟ ପୁଲିସ ଠାରେ ଏକ ମାମଲାର ରୁଜୁ କରିଥିଲେ ମଧ୍ୟ ପୁଲିସ ନାବାଳିକାକୁ ଖୋଜିବାରେ ଅସମର୍ଥ ରହିଥିଲେ । ଗତ କାଲି ନାବାଳିକା ଜଣଙ୍କ ତାଙ୍କ ଘରକୁ ଫେରିବା ସହ ତିନି ଜଣ ଅଭିଯୁକ୍ତ ତାଙ୍କୁ ୧୮ ଦିନ ପର୍ଯ୍ୟନ୍ତ ବନ୍ଧକ ରଖି ଦୁଷ୍କର୍ମ କରିଥିବା କହିଥିଲେ । ଅଭିଯୁକ୍ତଙ୍କ କବଳରୁ ଯେକୌଣସି ଉପାୟରେ ଜୀବନ ବଞ୍ଚାଇ ପଳାଇ ଆସିଥିବା କହିଥିଲେ ନାବାଳିକା । ନାବାଳିକାଙ୍କ ପାଖରୁ ପରିବାର ପରିଜନ ସମସ୍ତ ଘଟଣା ଶୁଣିବା ପରେ ତୁରନ୍ତ ପୁଲିସରେ ପହଞ୍ଚି ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ ।

The Financial Express

ଘଟଣା ସମ୍ବନ୍ଧରେ ସ୍ଥାନୀୟ ଏସିପି ଦିନେଶ କୁମାର କହିଛନ୍ତି , ୨୦ ଏପ୍ରିଲକୁ ନାବାଳିକାଙ୍କ ଅପହରଣ ମାମଲା ରୁଜୁ କରାଯାଇଥିଲେ । ତେବେ ନାବାଳିକା ଜଣକ ନିଜେ ଘରକୁ ପଳାଇ ଆସିଥିବାରୁ ଅପହରଣ ମାମଲାକୁ ବର୍ତ୍ତମାନ ରଦ୍ଦ କରାଯାଇଛି। ତେବେ ବର୍ତ୍ତମାନ ନାବାଳିକାଙ୍କର ବୟାନ ଅନୁଯାୟୀ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ନାବାଳିକାଙ୍କୁ ଅପହରଣ କରି କେଉଁ ସ୍ଥାନରେ ରଖାଯାଇଥିଲା ଏବଂ କେଉଁମାନେ ଅପହରଣ କରିଥିଲେ ତାହା ନେଇ ସେ କିଛି ସଠିକ୍‌ ସୂଚନା ପ୍ରଦାନ କରିପାରୁ ନାହନ୍ତି । ତେବେ ନାବାଳିକାଙ୍କ ଡ଼ାକ୍ତରୀ ଯାଞ୍ଚ ଚାଲୁଥିବା ବେଳେ ଘଟଣାଟିର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର