ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜନପଦ ମୁଜଫରନଗରରେ ଭାଇକୁ ବନ୍ଧୁକ ମୁନରେ ଅଟକ ରଖି ୪ଜଣ ଯୁବକ ଭଉଣୀ ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଦୁଷ୍କର୍ମ ସମୟର ଭିଡିଓ ପ୍ରସ୍ତୁତ କରି ଦୁଷ୍କର୍ମକାରୀ ଯୁବତୀଙ୍କୁ ଧମକ ବି ଦେଇଥିଲେ।

Advertisment

ଅଭିଯୋଗ ହେବା ପରେ ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଦେଇଛି। ଏଭଳି ଏକ ଘଟଣା ଫୁଗାନା ଥାନା ଅଞ୍ଚଳସ୍ଥ ଏକ ଗ୍ରାମରେ ଘଟିଛି। ଏଠାରେ ଶୁକ୍ରବାର ରାତିରେ ଭାଇ ସହିତ ଭଉଣୀ ଥିବା ବେଳେ ୪ଜଣ ଯୁବକ ଭାଇକୁ ବନ୍ଧୁକ ମୁନରେ ଅଟକ କରି ଭଉଣୀ ସହିତ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ସମୟରେ ଭାଇ-ଭଉଣୀ ଘରେ ଏକାଥିଲେ। ତାଙ୍କ ପିତା-ମାତା ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ।

ତେବେ ଏହି ଦୁଷ୍କର୍ମ ସମୟର ଭିଡିଓ ବି ଦୁଷ୍କର୍ମକାରୀ ପ୍ରସ୍ତୁତ କରିଥିଲେ। ପୀଡିତା ଯଦି ଏହି ଘଟଣା ସମ୍ପର୍କରେ କାହାକୁ ଜଣାନ୍ତି ତେବେ ସେମାନେ ଏହି ଭିଡିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଖୁବ୍ ଶୀଘ୍ର ଦୋଷୀକୁ ଦଣ୍ଡ ଦେବ ବୋଲି ପୀଡିତାଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛି।