ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ଯୁବତୀ ୧୦ଦିନ ଧରି ୪ଜଣ ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପୁଲିସ ଏହି ଦୁଷ୍କର୍ମମାମଲାରେ ଜଡ଼ିତ ଥିବା ୪ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି।
ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶ ଅବଦୁଲା ଅହଦଙ୍କ କହିବାନୁସାରେ, ପୀଡିତା ପିତାଙ୍କ ଅଭିଯୋଗ କ୍ରମେ ୪ଜଣ ଦୁଷ୍କର୍ମକାରୀଙ୍କୁ ନଭେମ୍ବର ୪ ତାରିଖ ଦିନ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ପୋକ୍ସୋ ଧାରା ଅନୁଯାୟୀ ଯୁବତୀଙ୍କୁ ଦୁଷ୍କର୍ମକରିଥିବା ଅପରାଧରେ ମାମଲା ରୁଜୁ କରାଯାଇଛି। ତିନିଜଣ ଦୁଷ୍କର୍ମକାରୀଙ୍କ ବୟସ ୨୨ରୁ ୨୫ବର୍ଷ ମଧ୍ୟରେ ହେବ, ଏମାନେ ସମସ୍ତେ ସାଙ୍ଗ ଏବଂ ଚତୁର୍ଥ ଦୁଷ୍କର୍ମକାରୀଙ୍କ ବୟସ ୫୫ବର୍ଷ ବୟସ ବୋଲି ଜଣାପଡ଼ିଛି।
ମୁଖ୍ୟ ଦୁଷ୍କର୍ମକାରୀ ବେଙ୍ଗାଲୁରୁରେ ଚା’ ବ୍ୟବସାୟ କରନ୍ତି। ୧୯ବର୍ଷର ଯୁବତୀ ଅକ୍ଟୋବର ୨୬ ତାରିଖରେ ଏକାକି ଘରୁ ଫେରୁଥିବା ସମୟରେ ଏହି ଚାହା ବ୍ୟବସାୟୀ, ଅନ୍ୟ ତିନିଜଣ ଯୁବକଙ୍କ ସହିତ ମିଶି ଏକ ଲଜ୍କୁ ଜାରଜବରଦସ୍ତି ଉଠାଇ ନେଇ ଯାଇଥିଲେ। ଲଜ୍ରେ ୧୦ଦିନ ଧରି ଉକ୍ତ ଯୁବତୀଙ୍କୁ ରଖି ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ।
ପୀଡିତାଙ୍କ ପିତା ଝିଅ ଘରକୁ ନଫେରିବାରୁ କେ ଆର ପୁରମ୍ ପୁଲିସ ଷ୍ଟେସନ୍ରେ ଅକ୍ଟୋବର ୩୦ ତାରିଖରେ ଅଭିଯୋଗ ଦେବା ପରେ ଅନୁସନ୍ଧାନ କରି ପୁଲିସ ଏହି ୪ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିଲା। ପୁଲିସ ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରିମାଇନା ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/rape-generic_650x400_51502436567.jpg)