ଗ୍ୟାଙ୍ଗଷ୍ଟର ଅବୁ ସଲେମକୁ ୭ ବର୍ଷ ଜେଲ୍‌

ନୂଆଦିଳ୍ଲୀ: ଦିଲ୍ଲୀର ଜଣେ ବ୍ୟବସାୟୀ ଅଶୋକ ଗୁପ୍ତାଙ୍କଠାରୁ ୫ କୋଟି ଟଙ୍କା ଦାଦାବଟି ମାଗିଥିବା ମାମଲାରେ ଆଜି ଦିଲ୍ଲୀ କୋର୍ଟ ଗ୍ୟାଙ୍ଗଷ୍ଟର ଅବୁ ସଲେମ୍‌କୁ ୭ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅବ୍ଦୁ ସଲେମ ନାମରେ ଆହୁଣି କେତେକ ମାମଲା ରୁଜୁ ହୋଇଛି। ତେବେ କୋର୍ଟ ଏହି ମାମଲାରେ ଚଞ୍ଚଳ ମେହଟା, ମଜିଦ ଖାନ୍‌, ପଓ୍ଵନ କୁମାର ମିତ୍ତଲ ଏବଂ ମହମ୍ମଦ ଆସ୍ରଫ୍‌ଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୫ ମସିହାରେ ପର୍ତ୍ତୁଗାଲ୍‌ରୁ ପ୍ରତ୍ୟର୍ପଣ ହୋଇଥିବା ସଲେମ୍‌ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲା ସହ ଅନ୍ୟାନ୍ୟ ମାମଲା ଗୁଡ଼ିକ ବିଚାରଧୀନ ରହିଛି।

ସମ୍ବନ୍ଧିତ ଖବର