ନୂଆଦିଲ୍ଲୀ: କଠୁଆ ଓ ଉନ୍ନାବ ଦୁଷ୍କର୍ମ ମାମଲା ଥମି ନଥିଲା ବେଳେ ସୋମବାର ଯମୁନା ଏକ୍ସପ୍ରେସ-େଓ୍ଵରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ,ଶନିବାର ସନ୍ଧ୍ୟାରେ ମେରଠରେ ରହୁଥିବା ଜଣେ ଯୁବତୀ ଗ୍ରେଟର ନୋଏଡାରୁ ଅଫିସ କାମ ସାରି ସନ୍ଧ୍ୟା ୫ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ଇଲୋକ୍ଟ୍ରୋନିସ୍ ସୋ’ରୁମ୍ରେ କାମ କରୁଥିବା ସଲମାନ୍ ନାମକ ଜଣେ ଯୁବକ ସହିତ ତାଙ୍କର ଭେଟ ହୋଇଥିଲା। ସଲମାନ ପାଖରେ ହୋଣ୍ଡା କାର ଥିଲା। ସଲମାନ ଯୁବତୀଙ୍କୁ ଘରେ ଛାଡ଼ି ଦେବ କହି ଗାଡ଼ିରେ ବସାଇଥିଲା। କୁହାଯାଉଛି କି ସଲମାନଙ୍କ ସହିତ ଯୁବତୀଙ୍କ ବନ୍ଧୁତାକୁ ୧୫ଦିନର ହୋଇଥିଲା। ଏହି ୧୫ଦିନ ଭିତରେ ସଲମାନ ଯୁବତୀଙ୍କୁ ଅନେକ ଥର ଅଫିସରୁ ଘରକୁ ଛାଡ଼ିବାକୁ ଆଣିଛି। ତେବେ ଶନିବାର ଦିନ ଯୁବତୀ ଗାଡିରେ ବସିବା ପରେ ସଲମାନ ଫୋନ୍ କରି ତାର ଆଉ ଜଣେ ସାଙ୍ଗ ସାଜିଦକୁ ଡାକିଥିଲା। ଏହାପରେ ଦୁହେଁ କାରକୁ ଯମୁନା ଏକ୍ସପ୍ରେସ-େଓ୍ଵକୁ ନେଇ ଯାଇଥିଲେ। ଗାଡ଼ି ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କରିବାରେ ଲାଗିଥିଲେ । ଏହି କାରନାମା କାଳେ ବାହାର ଲୋକ କିଏ ଜାଣି ଦେବେ ସେଥିପାଇଁ କାର କାଚକୁ କଳା ରଙ୍ଗର କପଡ଼ାରେ ଢ଼ାଙ୍କି ଦେବା ସହିତ ଜୋରରେ ମ୍ୟୁଜିକ୍ ଲଗାଇ ଥିଲେ। ଏହାପରେ ଦୁଇ ଜଣ ଯୁବକ ଯୁବତୀଙ୍କ ସହିତ ନୋଏଡାରୁ ମଥୁରା ପର୍ଯ୍ୟନ୍ତ ଚଳନ୍ତା କାରରେ ଗଣଦୁଷ୍କର୍ମ କରିଥିଲେ।
ଦୁଷ୍କର୍ମ ପରେ ଦୁଷ୍କର୍ମକାରୀ ମଥୁରା ଛାଡ଼ି ଫେର ହୋବକୁ ଉଦ୍ୟମ କରୁଥିଲେ। ତେବେ ଏହି ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ପୀଡିତା ୧୦୦କୁ ଫୋନ୍ କରି ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଦୁଷ୍କର୍ମକାରୀକୁ ଗିରଫ କରିଛି।
Two men arrested, after a woman who was known to one of them, accused them of raping her in their car on Yamuna Expressway. The girl alleged that the man offered to drop her in Mathura when she was on her way back from her office in Noida and raped her on the way pic.twitter.com/LKWo075YI9
— ANI UP (@ANINewsUP) April 15, 2018