ସ୍ବାମୀ ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ, ମା’ର କାନ୍ଦ ଦେଖି ଚିତ୍କାର କରିଚାଲିଥିଲା ପୁଅ

ନୂଆଦିଲ୍ଲୀ: ରାଜସ୍ଥାନର ଘୋଲପୁର ଜିଲ୍ଲାରେ ଜଣେ ୨୬ବର୍ଷର ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଉକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ପୁଅ ସାମ୍ନାରେ ଗଣଦୁଷ୍କର୍ମ କରାଯାଇଥିଲା। ପୁଲିସ ଉକ୍ତ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।  ଏଯାବତ କୌଣସି ଦୁଷ୍କର୍ମକାରୀଙ୍କୁ ଗିରଫ କରାଯାଇନାହିଁ।

ପୁଲିସ ସୂତ୍ରରୁ ପ୍ରକାଶ, ଏଭଳି ଏକ ଘଟଣା ଘୋଲପୁର ଜିଲ୍ଲା କଞ୍ଚନପୁର ଥାନା ଅଞ୍ଚଳରେ ଘଟିଛି। ପୀଡିତା ନିଜ ଅଭିଯୋଗରେ କହିଛନ୍ତି କି, ସେ ତାଙ୍କ ସ୍ବାମୀ ଓ ପୁଅ ସହିତ କ୍ଷେତରେ କାମ କରୁଥିଲେ।  ଏହି ସମୟରେ ଗ୍ରାମର କିଛିଲୋକ ତାଙ୍କୁ ଘେରି ଯାଇଥିଲେ।

ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ସ୍ବାମୀଙ୍କୁ ମାଡ଼ ମାରି ଗୁରୁତର କରି ଦେଇଥିଲେ। ଆଉ ଦେଶୀ ଅସ୍ତ୍ର ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ଦୁଷ୍କର୍ମ ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାପା-ମା’ ସହିତ ହେଉଥିବା ଏହି ଲୋମଟାଙ୍କୁରା ଘଟଣାକୁ ଦେଖି ପୁଅ ଜୋରଜୋରରେ କାନ୍ଦିବାକୁ ଲାଗିଥିଲା। କିନ୍ତୁ ଦୁଷ୍କର୍ମକାରୀଙ୍କୁ ଏସବୁ କିଛି ଫରକ ପଡ଼ି ନଥିଲା।

ପୀଡିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାପରେ ମହିଳାଙ୍କ ସମେତ ତାଙ୍କ ପରିବାର ପୂରା ସ୍ତବ୍ଧ ହୋଇଯାଇଛନ୍ତି। କେହିବି କାହା ସହିତ ବିଶେଷ କିଛି କଥା ହେବା ପରିସ୍ଥିତିରେ ନାହାନ୍ତି।

ସମ୍ବନ୍ଧିତ ଖବର