ଯୋଧପୁର: ରାଜସ୍ଥାନର ଯୋଧପୁର ସ୍ଥିତ ରାଜୀବ ଗାନ୍ଧୀ ନଗର ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପଡୋଶୀରେ ରହୁଥିବା ଛଅ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ଛଅ ମାସ ଧରି ଛଅଜଣ ଯୁବକ ଯୁବତୀଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରି ଆସୁଥିଲେ। ଏମାନଙ୍କ ମଧ୍ୟରୁ ୪ଜଣ ନାବାଳକ ରହିଛନ୍ତି। ତେବେ ଗତ ଶନିବାର ପୀଡିତାଙ୍କୁ ଭୟଭୀତ କରି ଜଣେ ଯୁବକ ଦୁଷ୍କର୍ମ କରିବା ପରେ ଯୁବତୀ ରାଜୀବ ଗାନ୍ଧୀ ପୁଲିସ ଥାନା ପହଞ୍ଚି ଅଭିଯୋଗ କରିଥିଲେ। ପୀଡିତା ଯୁବତୀର ଅଭିଯୋଗ କ୍ରମେ ପୁଲିସ ପୋସ୍କୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/2f46d376af29ed713abea17201b3b6fa380f5a6b13fbdadea1795d10d533e4b4.jpg)
ସୂଚନାଯୋଗ୍ୟ, ରାଜୀବ ଗାନ୍ଧୀ ଥାନା ଅନ୍ତର୍ଗତ ଅଞ୍ଚଳରେ ରହୁଥିବା ନାବାଳିକାଙ୍କ ବନ୍ଧୁତା ଜଣେ ନାବାଳକ ସହିତ ହୋଇଥିଲା। ଏହା ପରେ ନାବାଳିକାଙ୍କ ବନ୍ଧୁତା ଅନ୍ୟ ଯୁବକଙ୍କ ସହ ହୋଇଥିଲା। ଏହାପରେ ଛଅଜଣ ବନ୍ଧୁ ମିଶି ନାବାଳିକା ସହିତ ଦୁଷ୍କର୍ମ କରିଥିଲେ। ଏହି ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ନାବାଳିକାଙ୍କୁ ବ୍ଲାକମେଲ କରି ଅନେକ ମାସ ଧରି ଦୁଷ୍କର୍ମ କରି ଚାଲିଥିଲେ ଦୁଷ୍କର୍ମକାରୀ। ପୁଲିସ ଏହି ଦୁଷ୍କର୍ମ ଘଟଣାର ମାମଲା ରୁଜୁ କରି ନାବାଳିକାଙ୍କ ଡାକ୍ତରୀମାଇନା କରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/download-35.jpg)